Odisha Link
Bridging the Missing Links in Odisha

ସିନେମା ପ୍ରମୋସନର ନୂଆ ତରିକା

ଭୁବନେଶ୍ବର: ସିନେମା ପ୍ରମୋସନର ନୂଆ ତରିକା ବାହାର କରିଛନ୍ତି ହାଉସଫୁଲ୪ର ଷ୍ଟାର । ସେମାନେ ଟ୍ରେନରେ ସିନେମାର ପ୍ରମୋସନ କରିଥିଲେ । ଏପରି ପ୍ରମୋସନ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରଥମ । ସିନେମା ହାଉସ ଫୁଲ୪ଟି କମେଡି ଭରପୁର ରହିଛି । ୨୬ ଅକ୍ଟୋବର ରେ ସିନେମାଟି ପରଦାକୁ ଆସିବ ।ଏହି ସିନେମାରେ ୬ ଜଣ ଷ୍ଟାର ରହିଛନ୍ତି, ଯେଉଁମାନେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନମା୨୬ ଅକ୍ଟୋବରରେ ରିଲିଜ୍‌ ହେବ। ସିନେମାଟି ପାଇଁ ୭୫କୋଟି ଟଙ୍କା ବ୍ୟୟ ହୋଇଛି ଓ ସିନେମାଟି ପୂର୍ବ ଜନ୍ମ କାହାଣୀ ଉପରେ ଆଧାରିତ ଏବଂ ଏଥିରେ ୧୪୧୯ ମସିହା ଠାରୁ ଆରମ୍ଭ କରି ଆଜିର ସମୟ ୨୦୧୯ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ସିନେମାଟିକୁ ଦର୍ଶକ ମାନେ ଉତ୍ସାହର ସହ ଅନେଇ ଅଛନ୍ତି ।

Comments are closed.