Odisha Link
Bridging the Missing Links in Odisha

ତାମିଲ ସିନେମାରେ ନଜର ଆସିବେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ : ଖେଳ ରେ ଯାଦୁ ଦେଖେଇବା ସହ ଏବେ ଅଭିନୟରେ ଯାଦୁ ଦେଖେଇବାକୁ ଯାଉଛନ୍ତି ଏହି ଦୁଇ ଖେଳାଳି । ଭାରତୀୟ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଓ ଅଫସ୍ପିନର୍‌ ହରଭଜନ୍‌ ସିଂହ ଦୁଇଟି ଭିନ୍ନ ଭିନ୍ନ ତାମିଲସିନେମାରେ ନଜର ଆସିବେ । ଇର୍ଫାନ୍‌ ପଠାନ୍‌ ଅଜୟ ଜ୍ଞାନମୁଥୁ ଙ୍କ ନିର୍ଦେଶିତ ସିନେମା ‘ବିକ୍ରମ ୫୮ ’ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ହରଭଜନ୍‌ ସିଂହ କାର୍ତ୍ତିକ ଯୋଗୀଙ୍କ ନିର୍ଦେଶିତ ‘ଡିକିଲୋନା’ ସିନେମାରେ ନହଜର ଆସିବେ ।


ପଠାନ୍‌ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଶେଷଥର ପାଇଁ ଭାରତୀୟ ଟ୍ବେଣ୍ଟି୨୦ ଦଳ ତରଫରୁ ଖେଳିଥିଲେ। ହରଭଜନ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ପଠାନ୍‌। ସେ ଭାରତ ତରଫରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୦୦ଟି ୱିକେଟ୍‌ ହାସଲ କରିଥିବା ବେଳେ ୧୦୨ଟି ଦିନିକିଆ ମ୍ୟାଚ୍‌ ଖେଳି ୧୭୩ଟି ୱିକେଟ୍ ହାସଲ କରିିଥିଲେ। ହରଭଜନ୍‌ ସିଂହ ୨୦୧୬ରେ ଶେଷଥର ପାଇଁ ଭାରତ ତରଫରୁ ଖେଳିଥିଲେ।

ସେ ନିଜ କ୍ୟାରିୟରରେ ୨୩୬ଟି ଦିନିକିଆ, ୧୦୩ଟି ଟେଷ୍ଟ ଓ ୨୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ହରଭଜନ୍‌ ୪୧୭ଟି ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ୨୬୦ଟି ୱିକେଟ୍‌ ହାସଲ କରିଛନ୍ତି।

Comments are closed.