Odisha Link
Bridging the Missing Links in Odisha

ବିଦ୍ୟୁତ୍ ଆଘାତରେ ଦୁଇ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି ଜଣାପଡିଛି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଅରୁପାନନ୍ଦ ସାହୁ ବୋଲି ପରିଚୟ ମିଳିଛି।
ବାରାହା ଶିକାର କରିବା ପାଇଁ କେହି ୧୧କେଭି ତାରରେ ହୁକ୍ ପକାଇ ଖୋଲା ଜମିରେ ବାଇଣ୍ଡିଙ୍ଗ୍ ତାର ବିଛାଇଥିଲା। ସକାଳୁ ଏମାନେ ଶୌଚ ପାଇଁ ଯାଇଥିବାବେଳେ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ କିଏ ଏହି ତାର ବିଛାଇଥିଲା ଜଣା ପଡିନାହିଁ । ସୁବଳୟା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଦୁଇଟି ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି।

Comments are closed.