Odisha Link
Bridging the Missing Links in Odisha

‘ପତି ପତ୍ନୀ ଔର ୱୋ’ର ତିନି ମୁଖ୍ୟ କଳାକାରଙ୍କ ପ୍ରଥମ ଲୁକ୍‌

ମୁମ୍ବଇ : ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ସିନେମା ‘ପତି ପତ୍ନୀ ଔର ୱୋ’ର ମୁଖ୍ୟ କଳାକାରମାନଙ୍କ ପ୍ରଥମ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି । ନିଜେ କାର୍ତ୍ତିକ ଟ୍ୱିଟ୍‍ କରି ନିଜର , ଭୂମି ପେଡନେକରଙ୍କର ଓ ଅନନ୍ୟା ପାଣ୍ଡେଙ୍କ ଲୁକ୍‍ ଆନୁଷ୍ଠାନିକ ଭାବେ ରିଲିଜ୍‍ କରିଛନ୍ତି। ସିନେମାରେ ପତ୍ନୀ ଚରିତ୍ରରେ ଭୂମି ଓ ୱୋ ଚରିତ୍ରରେ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ ସିନେମାରେ ଜଣେ ସାଧାରଣ ଲୋକ ବେଶରେ ଦେଖିବାକୁ ମିଳିଛି। ପୋଷ୍ଟର ସହ କାର୍ତ୍ତିକ ଲେଖିଛନ୍ତି, “ଚିଣ୍ଟୁ ତ୍ୟାଗୀଙ୍କୁ ଭେଟନ୍ତୁ। ସିନେମାଟି ୬ ଡିସେମ୍ବରରେ ପରଦାକୁ ଆସିବ ।

Comments are closed.