Odisha Link
Bridging the Missing Links in Odisha

ବଲିଉଡରେ ପାଦ ଥାପିଲେ ନାଗିନ୍‌

ମୁମ୍ୱାଇ: ସିରିୟଲ କୁଇନ ଏକତା କପୁରଙ୍କୁ କିଏବା ନ ଜାଣେ। ତାଙ୍କ ଧାରାବାହିକ ‘ନାଗିନ୍‌’ ଘରେ ଘରେ ଲୋକ ପ୍ରିୟତା ହାସଲ କରିଛି । ସେହିପରି ‘ନାଗିନ୍‌-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି। ସେ ‘ସୋନମ୍‌ ଗୁପ୍ତା ବେୱଫା ହେ’ ସିନେମା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ପଞ୍ଜାବୀସିନେମାରେ ମଧ୍ୟ ସେ କାମ କରିସାରିଛନ୍ତି। ଜସ୍ସି ଗିଲ୍‌ ଏହି ସିନେମାରେ ତାଙ୍କ ବିପକ୍ଷରେ ଅଭିନୟ କରିବେ । ସୁରଭି ‘ନାଗିନ୍‌-୩’ ବ୍ୟତୀତ ଅନେକ ପପୁଲାର୍‌ ଟିଭି ଶୋ’ରେ କାମ କରିଛନ୍ତି।ଏବେ ସେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି।
‘ସୋନମ୍‌ ଗୁପ୍ତା ବେୱଫା ହେ’ ଏକ ରୋମାଣ୍ଟିକ କମେଡି ସିନେମା ଓ ଏଥିରେ ନୀଲୁ କୋହଲି ଓ ବ୍ରଜେନ୍ଦ୍ର କାଲା ମଧ୍ୟ ନଜର ଆସିବେ।

Comments are closed.