Odisha Link
Bridging the Missing Links in Odisha

କଳ।ଭୂମିରେ ଏକ ସ୍ୱତନ୍ତ୍ର କ।ର୍ଯ୍ୟକ୍ରମରେ ଯୋଗ ଦେଲେ ବିଗ୍ ଗାସ୍କେଟ ଏବଂ ପୋର୍ଟିଆର ପ୍ରତିଷ୍ଠ।ତା

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧକିେଣ ଆନୁକୁେୟରେ ଷ୍ଟାଟ୍ ଅପ୍ ଓଡିଶା ଏବଂ ଆଇଟିେି ଡେମାନଙ୍କୁରନଇ କଳାଭୂମିଠାରେ ଏକ ଆରୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟାଟ୍ ଅପ୍ ସଂସ୍ଥା ବିଗ୍ ବାରେଟ ଏବଂ ପୋର୍ଟିଅର ପ୍ରତିଷ୍ଠାତା ଗରଣଶ କ୍ରୀଷ୍ଣନ ଓ ମୀନା ଗରଣଶ ମୁଖ୍ୟ ଅତିଥିଭାରବ ରର୍ଯାଗ ରେଇଥିରେ । ଏହି ଅବସରରେ ଗଣେଶ ଏବଂ ମୀନା ସେମାନଙ୍କର ବ୍ୟବସାୟ ଯାତ୍ରାର ଅନୁଭୁତି ବିଷୟରେ ଉପସ୍ଥିତ ଥିବା ଷ୍ଟାର୍ଟ୍ଅପ୍ ଏବଂ ଆଇଟି ଲିଡରଙ୍କ ସହ ଆଲୋଚନା କରିଥିଲେ । ଓଡିଶା ଆତିଥୟତା,କଳା,ସଂସ୍କୃତି, ବ୍ୟବସାୟିକ ସହଯୋଗ ଏବଂ ଓଡିଶା ରାଜ୍ୟକୁ ଆଗକୁନେବା ପାଇଁ ଯେଉଁ ପ୍ରୟାସ କରାଯାଉଛି ସେଥିରେ
ମୀନା ଓଡିଶାକୁ ପ୍ରଶଂସା କରିଥିଲେ । ଷ୍ଟାର୍ଟ ଅପ୍ ଆରମ୍ଭ କରିବା ପାଇଁ ଓଡିଶା ଏକ ପ୍ରକୃଷ୍ଟ ସ୍ଥାନ ଅଟେ । ଗ୍ରାହକ ମାନଙ୍କର ଆବଶ୍ୟକତାକୁ ପ୍ରାଧନ୍ୟତା ରେବା ସହ ନିଯୁକ୍ତି ସୃଷ୍ଟିକରିବା ଓ ସମ୍ମୁଖ ହେଉଥିବା ସମସ୍ୟାକୁ ସୁଯୋଗରେ ପରିଣତ କରିବା ପାଇଁ ଚେଷ୍ଟିତ ରହବା ଆବଶ୍ୟକବୋଲି ଗଣେଶ କହିଥିଲେ । ବ୍ୟବସାୟ ରେ ହେଉଥିବା ଲୋଭ ଏକ ସାମାଜିକ ଦାୟିତ୍ୱବୋଧ ଅଟେ ଏବଂ ଆରମ୍ଭ କରିଥିବାବ୍ୟବସାୟରେ ପରାଜୟକୁ ଭୟ କରିବା ଉଚିତ୍ ନୁହେଁ ବୋଲି ଉପସ୍ଥିତ ଷ୍ଟାଟ୍ ଅପ୍ ମାନଙ୍କୁ ଓଡିଶା
ଦକ୍ଷତା ବିକାଶ ପ୍ରାଧିକରଣ, ଅଧୟକ୍ଷ, ସୁବ୍ରତ ବାଗ୍ଚୀ ପରାମର୍ଶ ଦେଇଥିଲେ । କିଛି ଦିନ ପୂର୍ବରୁ ବାଗ୍ଚୀ ବିଭିନ୍ନ ଉଦ୍ୟୋଗ ସଂସ୍ଥାକୁ ଓଡିଶା ଆମନ୍ତ୍ରଣ କରିବା ନେଇ ବେଙ୍ଗାଲୁର ଗସ୍ତ କରିଥିଲେ । ଓଡିଶାରେ ଯୁବ ଗାଷ୍ଠୀଙ୍କର ଦକ୍ଷତା ବିକାଶରେ ସହାୟତା କରିସେମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ନିମନ୍ତେ ବିଭିନ୍ନ ଉଦ୍ୟୋଗ ସଂସ୍ଥା ସହ ଆଲୋଚନା କରିଥିଲେ । ସେହି ଗସ୍ତର ଫଳ ସ୍ବରୁପ ବିଗ୍ ବାସ୍କେଟ ଏବଂ ପୋର୍ଟିଆର ପ୍ରତିଷ୍ଠାତା ଓଡିଶା ଗସ୍ତ କରିଛନ୍ତି । ବିଗ୍ ବାସ୍କେଟ ଭାରତର ଏକ ପ୍ରମୁଖ ଅନଲାଇନ ଗ୍ରୋସରୀ ସଂସ୍ଥା ଅଟେ । ବର୍ତ୍ତମାନ ବିଗ୍ ବାସ୍କେଟ ଭାରତର ୨୫ଟିପ୍ରମୁଖ ସହରରେ ସେବା ପ୍ରଦାନ କରୁଛି। ସେହିପରି ପୋର୍ଟିଆ ଭାରତର ୨୧ଟି ସହରରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। “ହୋମ୍ କେୟାର୍” ସେବା ପ୍ରଦାନ କରିବାରେ ପର୍ଟିଆ ଭାରତର ସର୍ବବୃହତ୍ତମ ସଂସ୍ଥା ଭାବରେ ଜଣାଶୁଣା । ଏହିସଂସ୍ଥାରେ ବର୍ତ୍ତାମାନ ଚାରିହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ଓଡିଆ ଯୁବକଯୁବତୀ ଅଟନ୍ତି । ଏହି ଅବସରରେ ଏମ୍ ଏସ ଏମ୍ ଇ ସଚିବ, ହେମନ୍ତ ଶର୍ମା ରାଜ୍ୟସରକାରଙ୍କର ଦ୍ବାରା ଷ୍ଟାଟ୍ ଅପ୍ ନିମନ୍ତେ ନିଆଯାଇଥିବା ପଦକ୍ଷ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଉଦ୍ୟୋଗ ଭିର୍ତ୍ତି ଭୂମିପ୍ରତିଷ୍ଠା କରିବା ପାଇଁ ଦକ୍ଷତାର ବିକାଶ,ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷ ଯୁବ ଗୋଷ୍ଠୀଙ୍କର ଆବଶ୍ୟକତା ରହିଛିବୋଲିଦକ୍ଷତା ବିକାଶ ଓବୈଷୟିକ ଶିକ୍ଷା ସଚିବ, ସଞ୍ଜୟ କୁମାର ସିଂ କହିଥିଲେ । ଦକ୍ଷତା ବିକାଶ ନିମନ୍ତେ ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ଭୁବନେଶ୍ୱର ଠାରେ ଏକ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛିବୋଲି ଏହି ଅବସରରେ ସିଂ ସୂଚନା ଦେଇଥରଲେ । ସେହିପରି ଟେକ ମହିନ୍ଦ୍ରା ସି ଇ ଟି କରେଜ ଠାରେ “କ୍ରିଟିକାଲ ମେସିନ ଲର୍ନିଙ୍ଗ”ପାଠ୍ୟକ୍ରମ ନିମନ୍ତେ  ସେଣ୍ଟର ଅଫ୍ ଏକ୍ସଲେନସକେନ୍ଦ୍ର ପ୍ରତିଷ୍ଠା କରିବବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରର୍ଯୁକ୍ତିବିଦ୍ୟା, ସଚିବ, ମନୋଜ ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମସଚିବ, ଅଜୟ ନାୟକ ଓ ଶିଳ୍ପ ବିଭାଗ ନିର୍ଦେଶକ, ପ୍ରଣବ ଜ୍ୟୋତି ନାଥଙ୍କ ସମେତ ଅନ୍ୟାନ୍ୟ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.