Odisha Link
Bridging the Missing Links in Odisha

ଐତିହ୍ୟ ପଦଯାତ୍ରାରେ ସାମିଲ ହେଲେ ଟୁର୍‌ ଅପରେଟର

ଭୁବନେଶ୍ୱର : ସକାଳେ ଦେଶର ୨୦ରୁ ଊଦ୍ଧ୍ୱର୍ ଟୁର୍‌ ଅପରେଟର୍‌ ପୁରୁଣା ଭୁବନେଶ୍ୱରରେ ଏକ ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଟ୍ରାଭେଲ୍‌ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଏହି ଟୁର୍‌ ଅପରେଟର୍‌ମାନେ ପଦଯାତ୍ରାରେ ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜିକୁ ଦେଖି ଅଭିଭୂତ ହୋଇଥିଲେ । ପ୍ରାଚୀନ ମନ୍ଦିର ପର୍ଶୁରାମେଶ୍ୱର ପୀଠରୁ ସେମାନେ ଆରମ୍ଭ କରି ପବିତ୍ର ବିନ୍ଦୁସାଗର ସମୀ ପବର୍ତ୍ତୀ ଔଷଧୀୟ ଉଦ୍ୟାନରେ ଯାତ୍ରା ଶେଷ କରିଥିଲେ । କ୍ରମାନ୍ୱୟରେ ୭ଟି ଐତିହ୍ୟ କୀର୍ତ୍ତି ସେମାନେ ପରିଦର୍ଶନ କରିଥିଲେ । ଜାତୀୟ ପୁରସ୍କାର ପ୍ରାପ୍ତ ପର୍ଯ୍ୟଟନ ଗାଇଡ୍‌ ତପନ କୁମାର ମିଶ୍ର ଟୁର୍‌ ଅପରେଟର୍‌ମାନଙ୍କୁ ଓଡ଼ିଶାର ମନ୍ଦିର ନିର୍ମାଣ ଶୈଳୀ ଏବଂ ସ୍ଥାପତ୍ୟର ବିଶେଷତ୍ୱ ସଂ ପର୍କରେ ବୁଝାଇଥିଲେ । ଓଡ଼ିଶାକୁ ଆସିଥିବା ଏହି ଟୁର୍‌ ଅପରେଟର୍‌ମାନେ ବିଭିନ୍ନ ଐତିହ୍ୟ ସ୍ଥାନଗୁଡ଼ିକ ଦେଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ପ୍ରସାର ତଥା ବିପଣନ ଦିଗରେ ପ୍ରଯତ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା ଟ୍ରାଭେଲ୍‌ ବଜାର ରାଜ୍ୟ ପର୍ଯ୍ୟଟନ ଓ ଭାରତୀୟ ବାଣିଜ୍ୟ ମହାସଂଘ (ଫିକି)ର ମିଳିତ ଆୟୋଜକ ଭାବରେ ଓଡ଼ିଶାର ଐତିହ୍ୟ, ବୌଦ୍ଧ, ସାଂସ୍କୃତିକ ଓ ଜନଜାତି ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ବିକ୍ରୟ ଏବଂ ବିପଣନ ଆଭିମୁଖ୍ୟରେ ଆୟୋଜନ କରାଯାଇଛି ।

Comments are closed.