Odisha Link
Bridging the Missing Links in Odisha

ରାଜସ୍ଥାନ ସରକାରଙ୍କ ଅଜବ ପଦକ୍ଷେପ

ଜୟପୁର : ରାଜସ୍ଥାନ ସରକାର ଏବେ ଏକ ଅଜବ ପଦକ୍ଷେପ ନେଇଛନ୍ତି ।ତାହା ହେଲା ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପାଠ ପଢ଼ାଇ ବେନି। ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ପଦକ୍ଷେପ ନେଇଛନ୍ତି । ସେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି କି, ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ବାଳିକା ବିଦ୍ୟାଳୟ ଗୁଡିକରେ ଶିକ୍ଷକତା କରିବେ ନାହିଁ । ରାଜସ୍ଥାନରେ ୬୮,୯୧୦ଟି ସ୍କୁଲ୍‌ରେ ଉଭୟ ବାଳକ ବାଳିକା ମିଶି ପଢ଼ୁଛନ୍ତି। ସେଥିମଧ୍ୟରୁ ୧୦୧୯ଟି ସ୍କୁଲ୍‌ରେ କେବଳ ବାଳିକା ମାନେ ପଢ଼ୁଛନ୍ତି। ଶିକ୍ଷକଙ୍କ ସ୍ଥାନରେ ମହିଳା ଶିକ୍ଷକଙ୍କୁ ନିଯୁକ୍ତ କରାଯିବ। ଏହି ପଦକ୍ଷେପକୁ କେତେ ଗୁଡିଏ ଲୋକ ପସନ୍ଦ ଓ ନାପସନ୍ଦ କରିଛନ୍ତି

Comments are closed.