Odisha Link
Bridging the Missing Links in Odisha

ଗୋଟେ ପରେ ଗୋଟେ ସଫଳତାର ପାହଚ ଚଢିବାରେ ଲାଗିଛନ୍ତି ଏହି ବଲିଉଡ ଅଭିନେତ୍ରୀ!

ଭୁବନେଶ୍ବର : ଗୋଟେ ପରେ ଗୋଟେ ସଫଳତାର ପାହଚ ଚଢିବାରେ ଲାଗିଛନ୍ତି ଏହି ବଲିଉଡ ଅଭିନେତ୍ରୀ । ସେ ହେଇଛନ୍ତି ବଲିଉଡ ଓ ଟେଲିଭିନର ଷ୍ଟାର ମୃଣାଳ ଠାକୁର । ସେ୨୦୧୭ର ଲଭସୋନିଆ ସିନେମା ଦ୍ବାରା ବଲିଉଡରେ ପାଦ ଥାପିଥିଲେ । ମୃଣାଳ ସୁପର ୩୦ , ବାଟଲା ହାଉସ୍ ଆଦି ସିନେମାରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ଏବେ ସିନେମା ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ତାଙ୍କୁ ଦେଖିବାକୁ ମିଳିବ । ସେ ଶାହିଦ୍‍ କପୁରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିପାରନ୍ତି।
ଏହି ସିନେମାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ କୌଣସି କାରଣରୁ ନିର୍ମାତା ଏବେ ତାଙ୍କ ବଦଳରେ ମୃଣାଳଙ୍କୁ ନେଛନ୍ତି।

Comments are closed.