Odisha Link
Bridging the Missing Links in Odisha

ସମ୍ବିତ ପାତ୍ରଙ୍କ ବିରୋଧରେ ଓ୍ଵାରେଣ୍ଟ

ଭୋପାଳ: ରାସ୍ତା ଉପରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ହରଡ଼ ଘଣାରେ ପଡ଼ିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି ଭୋପାଳର ଏକ ନ୍ୟାୟାଳୟ।

ଗତ ଅକ୍ଟୋବର ୨୭ ତାରିଖରେ ଭୋପାଳର ଏମ୍‌ପି ନଗର ଠାରେ ଏକ ରାସ୍ତା ବନ୍ଦ କରି ସେଠାରେ ଟେଣ୍ଟ୍‌ ଓ ଚୌକି ପକାଇ ଏକ ପ୍ରେସ୍‌ ମିଟର ଆୟୋଜନ କରିଥିଲେ ସମ୍ବିତ ପାତ୍ର। ଅବଶ୍ୟ ଏ ନେଇ ସ୍ଥାନୀୟ ପ୍ରଶାସନର ଅନୁମତି ମିଳିଥିଲା। ଏ ସଂପର୍କରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଓ ପୁଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହାେଇଥିଲା। ମାଜିଷ୍ଟ୍ରେଟ୍‌ ଏମ୍‌ପି ନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନୁସନ୍ଧାନ ରିପୋର୍ଟ ମିଳିବା ପରେ କୋର୍ଟ ସମ୍ବିତଙ୍କୁ ନ୍ୟାୟାଳୟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ େସ ହାଜର ନ ହେବା କାରଣରୁ ସମ୍ବିତଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି ନ୍ୟାୟାଳୟ। ଅବଶ୍ୟ ଏ ମାମଲାରେ ସମ୍ବିତ ଜାମିନ ପାଇପାରିବେ।

Comments are closed.