Odisha Link
Bridging the Missing Links in Odisha

‘ପୀଠା’ ଯୋଜନାକୁ ପିଠାଖିଅ‍ା ଯୋଜନା କରିଦେଲେ ଅରୁଣ ସାହୁ

ନୟାଗଡ଼: ବିଭିନ୍ନ ସରକାରୀ ଯୋଜନାରେ ସ୍ବଚ୍ଛତା ଅ‍ାଣିବା ଓ ଉତ୍ତରଦାୟିତ୍ବ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପୀଠା (PEETHA) ଯୋଜନା ଅ‍ାରମ୍ଭ କରିଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଏହା ପ୍ରହସନରେ ପରିଣତ ହାେଇଛି।

ଲୋକଙ୍କୁ ଯୋଜନା ଠାରୁ ଦୂରେଇ ପୀଠା ଶିବିରଗୁଡ଼ିକୁ ପିଠାଖିଅ‍ା ଶିବିରରେ ପରିଣତ କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ସୋସିଅ‍ାଲ ମିଡିଅ‍ାରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏହି ଯୋଜନାକୁ ପିଠା (PITHA) ଯୋଜନା ବୋଲି ଉଲ୍ଲେଖ କରି ଅସଲ ଉଦ୍ଦେଶ୍ୟ ଠାରୁ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରୁଛନ୍ତି ଶ୍ରୀ ସାହୁ।

ଅନ୍ୟପଟେ ସୋସିଅ‍ାଲ ମିଡିଅ‍ାରେ ସ୍ବୟଂସହାୟକ ମହିଳାଙ୍କ ପିଠା ପ‌୍ରଦର୍ଶନ ଓ ନେତାମାନଙ୍କ ପିଠାଖିଅ‍ା ଫଟୋର ଖୁବ୍ ପ୍ରଚାର ଚଳାଇଛନ୍ତି ବିଜେଡିର ନେତା ଓ କର୍ମୀ।
ପୀଠା କାର୍ଯ୍ୟକ୍ରମକୁ ନୟାଗଡ଼ରେ ଏଭଳି ଚିତ୍ରଣ କରାଯାଉଛି ସତେ ଯେମିତି ଜନସାଧାରଣ ଏଠାକୁ ଅ‍ାସିବେ, ନେତାଙ୍କ ଭାଷଣ ଶୁଣିବେ, ଭଳି କି ଭଳି ପିଠା ଦେଖିବେ, ଶେଷରେ ଭାତ ଡାଲମା ଖାଇ ଘରକୁ ଫେରିବେ, ଏତିକି ହିଁ ପୀଠା କାର୍ଯ୍ୟକ୍ରମର ମହତ୍ତ୍ବ।

ବିରୋଧୀ ଦଳର ନେତା ଓ ଶାସକ ଦଳର ଏ ପିଠାଖିଅ‍ା ଉତ୍ସବକୁ ବିରୋଧ କି ସମାଲୋଚନା କରିବାର ଶକ୍ତି ବା ସମୟ ନାହିଁ। ସମସ୍ତେ ନିଜ ନିଜ ଭୋଟ ବାକ୍ସ ସଜାଡ଼ିବାରେ ବ୍ୟସ୍ତ।

ଅନ୍ୟପଟେ ବାହାଘର ବେଳକୁ ବାଇଗଣ ରୋଇବା ମର୍ମରେ ନୟାଗଡ଼ ସହର ଉପକଣ୍ଠ ବଲାଙ୍ଗୀ ବନ୍ଧର ପୁନରୁଦ୍ଧାର ସାଙ୍ଗକୁ ସେଠାରେ ଏକ ଥିମ୍ ପାର୍କ ନିର୍ମାଣ ଘୋଷଣା କରିଛନ୍ତି ବିଧାୟକ ଶ୍ରୀ ସାହୁ। ବିନା କୌଣସି ପ୍ଲାନ୍ ଅ‍ାପ୍ରୁଭାଲରେ, ବିନା କୌଣସି ସରକାରୀ ବ୍ୟୟବରାଦରେ କେବଳ କୌଣସି ଏକ ରାସ୍ତକଡ଼ କମ୍ପ୍ୟୁଟର ସେଣ୍ଟରରେ ଫଟୋସପରେ ଏକ ଥିମ୍ ପାର୍କର ପ୍ରାକ୍ ଚିତ୍ର ପ୍ରସ୍ତୁତ କରିଦେଇ ଭୋଟରଙ୍କୁ ଭକୁଅ‍ା କରୁଛନ୍ତି ଶାସକଦଳ।

Comments are closed.