Odisha Link
Bridging the Missing Links in Odisha

ନବୀନଙ୍କ ରାସ୍ତାରେ ମମତା, ଖେଳିଲେ ମହିଳା କାର୍ଡ

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ମିଳିତ ଭାବେ ଉଦ୍ୟମ କଲେ ନିର୍ବାଚନ ଏବଂ ଦେଶର ବିକାଶରେ ବଡ ପରିବର୍ତନ ଆସିବ ବୋଲି ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ମମତାଙ୍କ ଘୋଷଣା ପୂର୍ବରୁ ନବୀନ, ମହିଳାଙ୍କ ସଂରକ୍ଷଣ ନେଇ ଉଦ୍ୟମ କରିସାରିଛନ୍ତି ।

ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିଛନ୍ତି । ଅର୍ଥାତ୍ ୨୧ ଟି ଲୋକସଭା ସିଟ୍ରୁ ଅନ୍ୟୁନ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି । ଏହା ପୂର୍ବରୁ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ମହିଳାଙ୍କ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରାଯାଇଛି । ଏପରିକି ଏହାକୁ ସମର୍ଥନ କରିବା ନେଇ ସମସ୍ତ ଜାତୀୟ ଦଳ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । କିଛି ରାଜ୍ୟ ନବୀନ ଉଦ୍ୟମକୁ ପ୍ରଶଂସା କରିବା ସହ ସମର୍ଥନ ଜଣାଇଛନ୍ତି ।

ମମତା ଖେଳିଲେ ମହିଳା କାର୍ଡ  । ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କଲେ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜି  । କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମମତା ଏହି ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଦେଇଛନ୍ତି  । ଏହା ବ୍ୟତୀତ ଟିଏମସି ଆସାମରେ ୬ଟି, ଝାରଖଣ୍ଡରେ ୩ଟି, ଆଣ୍ଡାମାନରେ ଗୋଟିଏ ଓ ଓଡ଼ିଶାରେ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି  । ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜୁ ଜନତା ଦଳ ଘୋଷଣା କରିଥିଲା  । ଏବେ ମମତାଙ୍କ ୪୧ ପ୍ରତିଶତ ଘୋଷଣା ରାଜନୀତିକୁ ସରଗରମ କରିଛି  । ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ମମତା ମୋଦି ସରକାରଙ୍କ ବିରୁଦ୍ଧରେ ପୁଣିଥରେ ଗର୍ଜିଥିଲେ ମମତା  ।

Comments are closed.