Odisha Link
Bridging the Missing Links in Odisha

ମୁମ୍ବାଇ: ପାଦଚଲା ପୋଲ ଭୁଶୁଡ଼ି ୫ ମୃତ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଳ ଷ୍ଟେସନ୍‌ ପାଖରେ ଏକ ପାଦଚଲା ପୋଲ ଭୁଶୁଡ଼ି ୫ ଜଣଙ୍କର ଜୀବନ ହାନି ଘଟିଥିବା ବେଳେ ଅନ୍ୟୁନ ୩୦ ଜଣ ଆହତ ହୋଇଛନ୍ତି।

ଆଜି ସଂଧ୍ୟାରେ ଏ ଅଘଟଣ ଘଟିଥିବା ବେଳେ ଆହତମାନଙ୍କୁ ତୁରନ୍ତ ଚିକିତ୍ସାଳୟ ପଠାଯାଇଛି। ଓଭରବ୍ରିଜଟି ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ଉତ୍ତରମୁଣ୍ଡକୁ ବାହାର ରାସ୍ତା ସହ ସଂଯୋଗ କରୁଥିଲା। ଲୋକେ ତାହା ଉପରେ ଯିବାଆସିବା କରୁଥିବା ବେଳେ ହଠାତ ଲୁହା ବିମ୍‌ ଓ କଂକ୍ରିଟ୍‌ ଢଳେଇ ଖସି ପଡ଼ିଥିଲା।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଜ୍‌ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.