Odisha Link
Bridging the Missing Links in Odisha

ବରଗଡ଼ରେ ରାହୁଳ: କ୍ଷମତାକୁ ଆସିଲେ ସ୍ବାସ୍ଥ୍ୟସେବା ଅଧିକାର ଲାଗୁ କରିବୁ

ବରଗଡ଼: ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଅଧିକାର ଲାଗୁ କରିବ ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି। ଆଜି ଅପରାହ୍ଣରେ ବରଗଡ଼ର ସରସରା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ସେ ଏ କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ରାହୁଳ କହିଛନ୍ତି,

ମୋଦି ସବୁ ସଭାରେ ଚାଷୀଙ୍କ ପ୍ରସଙ୍ଗ ଉଠାଉଛନ୍ତି। କିନ୍ତୁ ଚାଷୀଙ୍କ ପାଇଁ ଋଣ ଛାଡ଼ କରିବାକୁ ରାଜି ହେଉନାହାନ୍ତି। ଋଣଛାଡ଼ କଥା ପଡ଼ିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହୁଛନ୍ତି ଏହା ତାଙ୍କ ନୀତିରେ ନାହିଁ। ଅଥଚ ମୋଦି ଧନୀ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଋଣ ଛାଡ଼ କରୁଛନ୍ତି। ମୋଦି ଦୁର୍ନିତିରେ ଲିପ୍ତ ଅଛନ୍ତି ଓ ଅନୀଲ ଅମ୍ବାନିଙ୍କୁ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ଓ ଦେଶାର କୌଣସି ନା କୌଣସି ଜାଗାରେ ସବୁ ଦିନ ଜଣେ ଚାଷୀ ଋଣ ବୋଝରେ ଆତ୍ମହତ୍ୟା କରୁଛି।

ରାହୁଲ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି, ଶୀତଳଭଣ୍ଡାର ଓ ସବୁ ଜମିକୁ ପାଣି ଦେବାର ପ୍ରତିଶ୍ରୁତି ଦେଇଥିଲେ ହେଁ ନବୀନ ତାହା ପାଳନ କରୁନାହାନ୍ତି।

କଂଗ୍ରେସ ସଭାପତି କହିଛନ୍ତି ଯେ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି।

ରାହୁଳ ପ୍ରଶ୍ନ ଉଠାଇଛନ୍ତି,

ନବୀନ ଓଡ଼ିଶାର ବେକାର ଯୁବକଙ୍କ ପାଇଁ କ#ଣ କରିଛନ୍ତି? ଏଇଠି କିଏ କହିପାରିବ କି ନବୀନ ପଟ୍ଟନାୟକ ଅଥବା ନରେନ୍ଦ୍ର ମୋଦି ଯାହାକୁ ନିଯୁକ୍ତି ଦେଇଛନ୍ତି?

ଓଡ଼ିଶାର ଜନତାଙ୍କ ଠାରୁ ଚିଟ୍‌ ଫଣ୍ଡ କମ୍ପାନୀମାନେ ୫୦୦୦ କୋଟି ଲୁଟିନେଲେ, ନବୀନ ପଟ୍ଟନାୟକ କିଛି ବି କଲେନାହିଁ। ତେବେ କଂଗ୍ରେସ ସରକାର ଆସିଲେ ଆମେ ଓଡ଼ିଶାବାସୀଙ୍କ ପାଇଁ ସମୃଦ୍ଧି ଆଣିବୁ ବୋଲି ଉପସ୍ତିତ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାହୁଳ।

Comments are closed.