Odisha Link
Bridging the Missing Links in Odisha

ନବୀନଙ୍କୁ ଭେଟିଲେ ଦିଲୀପ, ଆସନ୍ତାକାଲି ବିଜେଡିରେ ଯୋଗଦେବେ

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା, ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଆଜି ବିଳମ୍ବିତ ସଂଧ୍ୟାରେ ନବୀନ ନିବାସରେ ପହଞ୍ଚିଥିଲେ।

ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଦିଲୀପ ୧୭ ବର୍ଷର ବ୍ୟବଧାନ ପରେ ପୁଣି ଦଳକୁ ଫେରିବେ। ଆସନ୍ତାକାଲି ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ସୂଚନା ମିଳୁଛି।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟରେ ରାଜ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦଳ ଦିଲୀପଙ୍କୁ ସାଂସଦ ଭାବେ ପଠାଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ ଦିଲୀପ। ତେବେ ୨୦୦୨ରେ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବଜେଡିରୁ ବହିସ୍କାର କରିଥିଲେ।

ଦୀର୍ଘଦିନର ରାଜନୈତିକ ସନ୍ନ୍ୟାସ ପରେ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଦିଲୀପ। ସେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଗତ ୨୦୧୮ ନଭେମ୍ବରରେ ସେ ବିେପିରୁ ଇସ୍ତଫା ଦେଇଥିଲେ।

Comments are closed.