Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଦଳର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

୨୦ ବର୍ଷ ଧରି କଂଗ୍ରେସ ଦଳର ସଦସ୍ୟ ଥିବା ପ୍ରକାଶ ଦଳର ନେତୃତ୍ବ ଦ୍ବାରା ଅବହେଳାର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି।

କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଯିବା ପରେ ସେ ଜିଲ୍ଲା ନେତୃତ୍ବ ଦ୍ବାରା ବାରମ୍ବାର ହଇରାଣ ହୋଇ ଆସୁଥିବା କହିଛନ୍ତି। ଏ ନେଇ ସେ କଂଗ୍ରେସ ପ୍ରଦେଶ ସଭାପତିଙ୍କୁ ଫେରାଦ ହୋଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ତାଙ୍କ ଅଭିଯୋଗକୁ ଅଣଦେଖା କରାଯିବାରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

କିଛି ଦିନ ପୂର୍ବରୁ ସାଲେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ତାଙ୍କ ଫଟୋ ସହ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ହୋର୍ଡିଂ ସବୁ ଦେଖିବାକୁ ମିଳିଥିଲା। ସେ ବିଜେଡିକୁ ଯିବାକୁ ଆଗ୍ରହୀ ଥିବା ଅନୁମାନ କରାଯାଉଥିଲା। ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରକାଶ ଏଯାଏଁ ଘୋଷଣା କରି ନଥିଲେ ହେଁ, ସେ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comments are closed.