Odisha Link
Bridging the Missing Links in Odisha

ବିଜେଡିରେ ଯୋଗଦେଲେ ବିଜେପି ସଭାପତିଙ୍କ ପୁତୁରା

ଭୁବନେଶ୍ବର: ଆଜି ନବରଙ୍ଗପୁର ସାଂସଦଙ୍କୁ ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ମିଶାଇବାରେ ବ୍ୟସ୍ତ ଥିବା ବିଜେପି ରାଜ୍ୟ ସଭାପତିଙ୍କ ନିଜ ପରିବାର ସଦସ୍ୟ ଏପଟେ ବିଜେଡି ହାତ ଧରିଛନ୍ତି।

ବସନ୍ତଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଆଜି ନବୀନ ନିବାସ ଯାଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଶଙ୍ଖ ଧରିଥିବା କହିଛନ୍ତି ହରିଶ୍ଚନ୍ଦ୍ର।

ଅନ୍ୟପଟେ ବସନ୍ତ ପଣ୍ହା କେବଳ ନିଜ ଦଳର ସ୍ବାର୍ଥ ଦେଖୁଛନ୍ତି ଓ ରାଜ୍ୟର ସ୍ବାର୍ଥ କଥା ଚିନ୍ତା କରୁନାହାନ୍ତି ବୋଲି ଅଭିଯୋଗ ବାଢ଼ିଛନ୍ତି ହରିଶ୍ଚନ୍ଦ୍ର।

ହରିଶ୍ଚନ୍ଦ୍ରଙ୍କ ଏଭଳି ଅଭିଯୋଗକୁ ଭିତ୍ତିହୀନ କହିବା ବେଳେ ସେ ନିଜରୀ ନିଷ୍ପତ୍ତି ନେବାର ସମସ୍ତ ଅଧିକାର ରହିଛି ବୋଲି କହିଛନ୍ତି ବସନ୍ତ ପଣ୍ଡା।

Comments are closed.