Odisha Link
Bridging the Missing Links in Odisha

ପ୍ରକାଶ ରାଓ, କମଳା ପୁଜାରୀ ଓ ଦୈତାରୀ ନାଏକଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ସମାଜସେବା କ୍ଷେତ୍ରରେ ଡି ପ୍ରକାଶ ରାଓ ଓ ଦୈତାରୀ ନାଏକ ଦେଶର ଏହି ୪ର୍ଥ ଶ୍ରେଷ୍ଠ ସମ୍ମାନ ପାଇଥିବା ବେଳେ କୃଷିକ୍ଷେତ୍ରରେ କମଳା ପୂଜାରୀଙ୍କୁ ଏହା ମିଳିଛି।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

କଟକର ଡି ପ୍ରକାଶ ରାଓ ଏକ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଅର୍ଜିତ ଅର୍ଥରେ ବସ୍ତିବାସିନ୍ଦାଙ୍କ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି।

ଅନୁରୂପ ଭାବେ କେନ୍ଦୁଝରର ଦୈତାରୀ ନାଏକ ନିଜ ଉଦ୍ୟମରେ ଗୋନାସିକା ପର୍ବତରେ ତିନି କିଲୋମିଟର ଦୀର୍ଘ ଏକ କେନାଲ ଖୋଳି ନିଜ ଗାଁର ୧୦୦ ଏକର ଜମିକୁ ଜଳସେଚନ କରିବାରେ ସଫଳ ହୋଇଛନ୍ତି।

କୋରାପୁଟର ଆଦିବାସୀ ମହିଳା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ସହ ଅନ୍ୟ ଚାଷୀମାନଙ୍କୁ କୀଟନାଶକ ବିନା କୃଷିରେ ସଫଳ ହେବାର ସୂତ୍ର ବତାଇଛନ୍ତି।

ଚଳିତ ବର୍ଷର ପଦ୍ମ ପୁରସ୍କାର ଗତ ଜଳନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଘୋଷଣା ହୋଇଥିଲା। ମୋଟ ୧୧୨ ଜଣ ପ୍ରାପକଙ୍କ ମଧ୍ୟରୁ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ୫୫ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ।

Comments are closed.