Odisha Link
Bridging the Missing Links in Odisha

୯ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି।

କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି।

ବାଲେଶ୍ୱର ବିଧାନସଭା ଆସନରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳରୁ ତ୍ରିନାଥ ବେହେରା ଏବଂ କାମାକ୍ଷାନଗର ବିଧାନସଭା ଆସନରୁ ଭବାନୀ ଶଙ୍କର ମହାପାତ୍ରଙ୍କୁ ମିଳିଥିବା ବେଳେ ବଡ଼ମ୍ବା ବିଧାନସଭା ଆସନରୁ ବବି ମହାନ୍ତି, ପାରାଦୀପ ବିଧାନସଭା ଆସନରୁ ଅରିନ୍ଦମ ସର୍କେଲ ଏବଂ ପିପିଲି ବିଧାନସଭା ଆସନ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଦଳ ଟିକେଟ ଦେଇଛି।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ବେଗୁନିଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ।

Comments are closed.