Odisha Link
Bridging the Missing Links in Odisha

ଦଶପଲ୍ଲା: ପ୍ରଚାରରେ ରମେଶ ଆଗୁଆ, ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ନୟାଗଡ଼: ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ମତଦାତାଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚାଲିଛି। ତେବେ ପ୍ରଚାରରେ ସର୍ବାଗ୍ରେ ଅଛନ୍ତି ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା।

ଜଣେ ଯୁବ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିବା ରମେଶ ଚଳିତ ବର୍ଷ ସରକାରୀ ଚାକିରିରୁ ଅବସର ନେଇ ରାଜନୀତିରେ ପାଦ ଥାପିଛନ୍ତି।

ଆଦିବାସୀ ବହୁଳ ପଞ୍ଚାୟତଗୁଡ଼ିକୁ ବର୍ଷ ବର୍ଷ ଧରି ରାଜନେତାଙ୍କର ପାଦ ପଡ଼ିନତିବା ବେଳେ ପ୍ରଚାର ବେଳେ ସେସବୁ ସ୍ଥାନକୁ ଅଧିକ ଗୁରୁତ୍ବ ଦେଉଛନ୍ତି ରମେଶ।

ଆମ ପ୍ରତିନିଧିଙ୍କ ସହ କଥାହେବା ବେଳେ ରମେଶ କହିଛନ୍ତି,

ଦଶପଲ୍ଲା ମୋର ଜନ୍ମଭୂମି। ଏଠାର ପ୍ରତିଟି ପରିବାର ମୋ ନିଜ ପରିବାର। ଦଶପଲ୍ଲାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସାଧାରଣଙ୍କ ଅଗାଧ ଶ୍ରଦ୍ଧା ଓ ଭରସା ରହିଛି।

ପୁଣି ଥରେ ଦଶପଲ୍ଲାରେ ଶଙ୍ଖ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ରମେଶ। ସକାଳ ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାରରେ ମାତିଛନ୍ତି ରମେଶ। ବ୍ୟକ୍ତିଗତ ଭାବରେ ପ୍ରତିଟି ଗ୍ରାମକୁ ଯିବା ସହ ଭୋଟରଭ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି ସେ।

ଆସନ୍ତାକାଲି ଦଶପଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିବା ବେଳେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବକୁ ରମେଶ ବେହେରା ଅନୁରୋଧ କରିଛନ୍ତି।

Comments are closed.