Odisha Link
Bridging the Missing Links in Odisha

ମୟୁରଭଞ୍ଜରେ ଭୂମିକମ୍ପ

ଭୁବନେଶ୍ବର: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ପଡ଼ୋଶୀ ଛାଡ଼ଖଣ୍ଡେର ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି।

ସକାଳ ୬ଟା ୨୦ ମିନିଟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୪.୪ ମାଗ୍ନିଚ୍ୟୁଡ୍। ଏଥିରେ କେହି ମୃତାହତ ହୋଇନାହାନ୍ତି।

ମୟୁରଭଞ୍ଜର ରାଇରଙ୍ଗପୁର, ବିଶୋୟୀ, ଗୋରୁମହିଷାଣୀ ଓ ବହଳଦା ଅଞ୍ଚଳରେ ଲୋକେ ଭୂକମ୍ପ ଅନୁଭବ କରିଥିବା ବେଳେ ଝାଡ଼ଖଣ୍ଡର ଖରସୁଆଁ, ଶଢ଼େଇକଳା, ଘଟଶୀଳା, ଡୁମରିଆ ଓ ଗୁଡ଼ବନ୍ଧ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ଭୂକମ୍ପ ହୋଇଛି।

Comments are closed.