Odisha Link
Bridging the Missing Links in Odisha

ଆଇପିଏଲ୍‌: ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ରେ ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଦିଲ୍ଳୀ ପକ୍ଷରୁ ଶିଖର ଧାଓ୍ଵନ ୫୬ ରନ୍‌ (୪୧ ବଲ୍‌ ୭ ଚଉକା ୧ ଛକା) ଓ ସେୟଶ ଆୟର ୫୮ ରନ୍‌ (୪୯ ବଲ୍‌ ୫ ଚଉକା ୧ ଛକା) କରିଥିଲେ । ଦ୍ୱିତୀୟ ଇନିଂସରେ ୧୬୪ ରନ୍‌ ଟାଗେର୍ଟ ନେଇ ଦିଲ୍ଲୀ ୧୯.୪ ଓଭରରେ ୫ ଓ୍ଵିକେଟ ହରାଇ ୧୬୬ ରନ୍‌ କରିଥିଲା। ସ୍କୋର ୨୪ ରନ୍‌ରେ ଦିଲ୍ଲୀ ପ୍ରଥମ ଓ୍ଵିକେଟ୍‌ ଭାବେ ପୃଥ୍ଵୀ ସଙ୍କୁ ହରାଇଥିଲା। ପୃଥ୍ଵୀ ୧୧ଟି ବଲ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ମନ୍ଦୀପ ସିଂହଙ୍କ ଦ୍ୱାରା ପୃଥ୍ଵୀ ରନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଦିଲ୍ଲୀ ୧୦ ଓଭର ବେଳକୁ ଗୋଟିଏ ଓ୍ଵିକେଟ ହରାଇ ୯୦ ରନ କରିବା ସହିତ ମଜବୁତ ସ୍ଥିତିରେ ପହଂଚି ସାରିଥିଲା।

ପ୍ରଥମ ଇନିଂସରେ କିଙ୍ଗସ୍‌ ଏକାଦଶ ପଂଜାବ ଶନିବାର ୧୬୩ ରନ୍‌ କରିଥିଲା। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା। କ୍ରିସ୍‌ଗେଲଙ୍କ ବିସ୍ଫୋରକ ବ୍ୟାଟିଂ (୬୯ ରନ, ୩୭ ବଲ, ୬ ଚୌକା, ୫ ଛକା) ବଳରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିଥିଲା। ଫଳରେ ଦିଲ୍ଲୀକୁ ୧୬୪ ରନ୍‌ ଟାର୍ଗେଟ ମିଳିଥିଲା। ଦିଲ୍ଲୀ ପକ୍ଷରୁ ସନ୍ଦୀପ ଲାମିଛନେ ୩ଟି ଓ୍ଵିକେଟ ନେଇଥିବା ବେଳେ କାଗିସୋ ରାବାଡା ଓ ଅକ୍ଷର ପଟେଲ ୨-୨ ଓ୍ଵିକେଟ ନେଇଥିଲେ।

Comments are closed.