Odisha Link
Bridging the Missing Links in Odisha

ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି।

ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ ପର୍ଯ୍ୟନ୍ତ ସେ ଜେଲରେ ରହିବେ। ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜେଲ ହସ୍ପିଟାଲ ୱାର୍ଡରେ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିପାରନ୍ତି।

ପୁଲିସ ତାଙ୍କ ବିରୋଧରେ ଦଫା ୩୦୭ (ହତ୍ୟା ଉଦ୍ୟମ)ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଛି। ଏଥିସହ ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୁଲିସ। ମହାରଥୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

Comments are closed.