Odisha Link
Bridging the Missing Links in Odisha

ପ୍ରଚାରରୁ ଧର୍ମେନ୍ଦ୍ରଙ୍କୁ ୭ ଦିନ ବାସନ୍ଦ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଚରଣବିଧି ଉଲ୍ଲଘଂନ ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବାରମ୍ବାର ଧର୍ମେନ୍ଦ୍ର ଆଚରଣବିଧିର ଉଲ୍ଲଘଂନ କରୁଥିବାରୁ ତାଙ୍କୁ ପ୍ରଚାର କାର୍ଯ୍ୟରେ ୭ଦିନ ପର୍ଯ୍ୟନ୍ତ ବ୍ୟାନ କରିବାକୁ ସିଇଓଙ୍କ ନିକଟରେ ଆବେଦନ କରିଛି ବିଜେଡି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ । ଏହି ପ୍ରତିକ୍ରିୟା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଓଡ଼ିଶାରେ ନିର୍ବାଚନୀ ସମୟରେ ଆଚରଣବିଧି ଲାଗିଥିବା ସତ୍ୱେ ବାରମ୍ବାର ଏହାର ଉଲ୍ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବି କରିଛି ।

Comments are closed.