Odisha Link
Bridging the Missing Links in Odisha

ମୋଦିଙ୍କୁ ଶପଥ ଉତ୍ସବକୁ ନିମନ୍ତ୍ରଣ କଲେ ନବୀନ

ବାଲେଶ୍ୱର: ନିର୍ବାଚନ ଫଳାଫଳ ପ୍ରକାଶ ପାଇନି। କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଆସି ଓଡ଼ିଶାରୁ ବିଜେଡି ସରକାର ଗଲେ ସେ ପୁଣି ଥରେ ଆସିବେ ବୋଲି କହିଥିଲେ। ଏହାର ଜବାବ ଦେବାକୁ ଯାଇ ନବୀନ ଆଜି ବାଲେଶ୍ୱର ଜିଲ୍ଲା ରେମୁଣାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଏପରି ଛିଗୁଲେଇଛନ୍ତି।

ନବୀନ କହିଛନ୍ତି, “ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ଓଡ଼ିଶାବାସୀଙ୍କଠାରୁ ବିଜେଡି ବହୁ ଆଶୀର୍ବାଦ ପାଇ ପାଇସାରିଲାଣି। ତେଣୁ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।”

Comments are closed.