Odisha Link
Bridging the Missing Links in Odisha

ଫନି: ମେ ୩ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ଫନି ମେ ୨ରେ ଓଡ଼ିଶା ଛୁଇଁବ। ମେ ୩ରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ପାଣିପାଗ ବିଭାଗରୁ ଏ ନେଇ ସତର୍କ ସୂଚନା ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅ‍ାଯାଇଛି। ଅ‍ାଶ୍ରୟସ୍ଥଳଗୁଡ଼ିକ ଯାଞ୍ଚ କରିବା ଲାଗି ଜିଳ୍ଲାକୁ କୁହାଯାଇଛି।

ଓଡ଼ିଶାରେ ଫନି ସ୍ଥଳଭାଗ ଛୁଇଁବନି, କେବଳ ଉପକୂଳରେ ଅତିକ୍ରମ କରିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଏହାସହ ଘଣ୍ଟାକୁ ୫୦/୬୦କିମି ବେଗରେ ପବନ ବହିପାରେ। ଓଡ୍ରାଫ୍‌ର ୨୦ଟି ଓ ଏନ୍‌ଡିଆର୍‌ଏଫ୍‌ର ୧୨ଟି ୟୁନିଟ୍‌ ଏ ନେଇ ପ୍ରସ୍ତୁତ ଅଛନ୍ତି ବୋଲି ସରକାର ସୂଚନା ଦେଇଛନ୍ତି।

ଆସନ୍ତା ୩୦ ତାରିଖ ସୁଦ୍ଧା ଫନି ଅତିପ୍ରବଳ ବାତ୍ୟାର ରୂପ ନେବ। ମେ’ ୧ରୁ ଗତିପଥ ପରିବର୍ତ୍ତନ କରିବ। ଏଥିସହ ଫୋନି ଉତ୍ତର-ପଶ୍ଚିମରୁ ଉତ୍ତର-ପୂର୍ବକୁ ମୁହାଁଇବ।

Comments are closed.