Odisha Link
Bridging the Missing Links in Odisha

ଫନି ମୁକାବିଲା ପାଇଁ ୧୦୦୦ କୋଟି ଦେଇଛୁ: ମୋଦି

ଭୁବନେଶ୍ବର: ମହାବାତ୍ୟା ଫନି ପାଇଁ ଦୁଇ ଦିନ ହେଲା ଓଡ଼ିଶା ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଉପକୂଳ ଓଡ଼ିଶାରୁ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ପଟେ ଫନି ପ୍ରଭାବିତ ରାଜ୍ୟଗୁଡିକୁ ବାତ୍ଯା ମୁକାବିଲା ପାଇଁ ୧୦୦୦ କୋଟିରୁ ଅଧିକ ଅର୍ଥ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ରାଜସ୍ଥାନର ହିନ୍ଦାଉଁ ଠାରେ ଆଜି ଏକ ନିର୍ବାଚନୀ ସଭାରେ ମୋଦି କହିଛନ୍ତି,

ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସହ କେନ୍ଦ୍ର ରହିଛି। ଫନି ପ୍ରଭାବିତ ରାଜ୍ୟଗୁଡିକୁ ଆଗୁଆ ୧୦୦୦ କୋଟିରୁ ଅଧିକ ଅର୍ଥ ଦିଆଯାଇଛି।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଫନି ପ୍ରଭାବିତ ହେଉଥିବା ବେଳେ କେଉଁ ରାଜ୍ୟକୁ କେତେ କେନ୍ଦ୍ରୀୟ ଅନୁଦାନ ମିଳିଛି, ମୋଦି ତାହା ସ୍ପଷ୍ଟ କରିନାହାନ୍ତି।

ରାଜ୍ୟ ପ୍ରଶାସନ ଓ ପୁଲିସ୍ ଫନି ମୁକାବିଲା ପାଇଁ ଫୁଲ ଦମରେ ଲାଗିଥିବା ବେଳେ ଏ ଅସମୟରେ କୌଣସି କେନ୍ଦ୍ର ନେତାଙ୍କର ଦେଖାନାହିଁ। କାଁ ଭାଁ ରାଜ୍ୟ ନେତାଙ୍କୁ ଦେଖିବାକୁ ମିଳୂଛି।

Comments are closed.