Odisha Link
Bridging the Missing Links in Odisha

ଫନିର ତାଣ୍ଡବ: ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ, ଉପୁଡ଼ିଲା ଗଛ

ପୁରୀ: ସକାଳ ୮ଟାରେ ପୁରୀ ଠାରେ ସ୍ଥଳଭାଗ ଛୁଇଁଛି ଫନି। ଆରମ୍ଭ ହୋଇଯାଇଛି ବାତ୍ୟା ଝଡ଼ର ତାଣ୍ଡବ। ପୁରୀରେ ଏବେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବହୁଛି।

ବ୍ରହ୍ମଗିରି, ବାଲୁଗାଁ ଓ ପୁରୀ ଅଞ୍ଚଳରେ ପବନ ପ୍ରଭାବରେ ସାଇନ ବୋର୍ଡ, ଛୋଟ କ୍ୟବିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉଡ଼ୁଥିବା ଖବର ଆସିଛି। ପୁରୀ-କୋଣାର୍କ ଉପକୂଳ ରାସ୍ତାରେ ବହୁ ସଂଖ୍ୟାରେ ଗଛ ଉପୁଡ଼ିଯାଇଛି। ପୁରୀରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ରରେ ଉଚ୍ଚ ଜୁଆର ଦେଖାଦେଇଛି।

ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

ଫନି ପ୍ରଭାବ ଅନ୍ୟ ସହରରେ ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ବରରେ ୪୦-୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଗକୁ ଏହା ବଢ଼ିପାରେ।

ଦିନ ୧୧ଟା ପର୍ଯ୍ୟନ୍ତ ଫନିର ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ) ପ୍ରକ୍ରିୟା ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ ଆୟୁକ୍ତ ସୂଚନା ଦେଇଛନ୍ତି।

Comments are closed.