Odisha Link
Bridging the Missing Links in Odisha

ଫନି: ଓଡ଼ିଶା ପାଇଁ ବଲିଉଡ ବଢ଼ାଇଲା ହାତ

ଭୁବନେଶ୍ବର: ଓଡ଼ିଶାର ଫନି ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ବଲିଉଡ ସିନେମା ଶିଳ୍ପ।

ସବୁବେଳେ ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ଅକ୍ଷୟ କୁମାର ପ୍ରଥମେ ସାମନାକୁ ଆସିଛନ୍ତି। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିବା ବେଳେ ଅନ୍ୟ ଅଭିନେତା-ଅଭିନେତ୍ରୀ ଓ ସିନେନିର୍ମାତାମାନେ ମଧ୍ୟ ସହଯୋଗ ରାଶି ପଠାଇଛନ୍ତି।

ଏହା ସହ ଓଡ଼ିଶାର ଏଭଳି ଦୁର୍ଦ୍ଦିନରେ ସହଯୋଗ କରିବାକୁ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ ଜଣାଇଛନ୍ତି ମାଧୁରୀ, ଅଭିଶେକ ବଚ୍ଚନ, ରାଜକୁମାର ରାଓ ପ୍ରମୁଖ ବଲିଉଡର ବହୁ ଜଣାଶୁଣା ଚେହେରା।

ଅନ୍ୟପଟେ ରାଜନୀତିରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ତଥା ସାରଥୀ ବାବାଙ୍କ ଭଳି ଭଣ୍ଡ ସାଧୁଙ୍କୁ ଦାନ ଦେଉଥିବା ଓଡ଼ିଶା ସିନେମା ଶିଳ୍ପର ବହୁ ଜଣାଶୁଣା ଚେହେରା ଏଯାଏଁ ଫନି ନେଇ କୌଣସି ବି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

Comments are closed.