Odisha Link
Bridging the Missing Links in Odisha

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ ପଛରେ ପକାଇଲା ବିଜେପି

ଭୁବନେଶ୍ବର: ରାଜ୍ୟର ୬୩ଟି କେନ୍ଦ୍ରରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି। ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୧୪୬ଟିରେ ମତଦାନ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୯୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ୨୯ଟି ଆସନରେ ବିଜେପି ଓ ୧୩ଟି ଆସନରେ କଂଗ୍ରେସ ଆଗୁଆ ଥିବା ଜଣାପଡ଼ିଛି।

ସେହିପରି ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରରେ ୧୩ଟି ଆସନରେ ବିଜେଡି ଆଗରେ ଥିବା ବେଳେ ୭ଟିରେ ବିଜେପି ଓ ଗୋଟିଏରେ କଂଗ୍ରେସ ଆଗରେ ରହିଛି।

୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟ ବିଧାନସଭାରେ ବିଜେଡି ୧୧୭ ଆସନ ଜିତିଥିବା ବେଳେ କଂଗ୍ରେସ ୧୬ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ୨୦ଟି ସଂସଦୀୟ କ୍ଷେତ୍ରରେ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା।

Comments are closed.