Odisha Link
Bridging the Missing Links in Odisha

୨୯ରେ ଶପଥ ନେବେ ନବୀନ, ମନ୍ତ୍ରୀ ପଦ ପାଇଁ ଲବି ଅ‍ାରମ୍ଭ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼ ଲାଗିଗଲାଣି।

ନବୀନଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ମନ୍ତ୍ରୀ କିଏ ହେବେ ସେଥି ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି। କେବଳ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟତୀତ ବିଦାୟୀ ମନ୍ତ୍ରୀମଣ୍ଡଳର ଅନ୍ୟ ସମସ୍ତ ମନ୍ତ୍ରୀ ପୁଣିଥରେ ଜିତିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସାଂସଦକୁ ନିର୍ବାଚିତ ହୋଇଛନ୍ତି।

ଅନ୍ୟ ମନ୍ତ୍ରୀମାନେ ପୁଣିଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଯଦି ସେମାନେ ମନ୍ତ୍ରୀ ହୁଅନ୍ତି ତେବେ କିଏ କେଉଁ ବିଭାଗ ପାଇବେ ତାହା ମଧ୍ୟ ଆଲୋଚନାର ବିଷୟବସ୍ତୁ ହୋଇଛି। ବିଶେଷତଃ ଅର୍ଥ ବିଭାଗ କିଏ ପାଇବ ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।

Comments are closed.