Odisha Link
Bridging the Missing Links in Odisha

ଆସନ୍ତାକାଲି ୨୦ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ବର: ମଞ୍ଚ ପ୍ରସ୍ତୁତ, ତାଲିକା ଚୂଡ଼ାନ୍ତ। ଆସନ୍ତାକାଲି ସକାଳେ ୨୧ ଜଣିଆ ମନ୍ତ୍ରିମଣ୍ଡଳ ସହ ଓଡ଼ିଶାରେ ନୂଆ ସରକାର ଗଠନ କରାଯିବ। ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ।

ନବୀନଙ୍କ ସହ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୧ ଜଣ କ୍ୟାବିନେଟ ପାହ୍ୟା ପାଉଥିବା ବେଳେ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

୨୦ ଜଣିଆ ମନ୍ତ୍ରିମଣ୍ଡଳରେ ୧୦ ଜଣ ନୂଆ ମୁହଁ ଅଛନ୍ତି। ଏଥର ବୟୋଜ୍ୟେଷ୍ଠ ବିଧାୟକଙ୍କୁ ବାଦ ଦେଇ କନିଷ୍ଠ ଓ ଯୁବକମାନଙ୍କୁ ନିଜ କ୍ୟାବିନେଟରେ ସୁଯୋଗ ଦେଇଛନ୍ତି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଉଥିବା ନବୀନ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଜଣନ୍ତୁ, କେଉଁମାନେ ଆସନ୍ତାକାଲି ମନ୍ତ୍ରିମଣ୍ଡଳରେ ସାମିଲ ହେଉଛନ୍ତି।

ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ

କ୍ୟାବିନେଟ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବିକ୍ରମ କେଶରୀ ଆରୁଖ
ପ୍ରଫୁଲ୍ଲ କୁମାର ମଲ୍ଲିକ
ନିରଂଜନ ପୂଜାରୀ
ପଦ୍ମନାଭ ବେହେରା
ପ୍ରତାପ ଜେନା
ଅରୁଣ କୁମାର ସାହୁ
ସୁଦାମ ମାର୍ଣ୍ଡି
ସୁଶାନ୍ତ ସିଂହ
ନବକିଶୋର ଦାସ
ଟୁକୁନି ସାହୁ

ରାଷ୍ଟ୍ର ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା
ସମିର ରଂଜନ ଦାଶ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଦିବ୍ୟଶଂକର ମିଶ୍ର
ପ୍ରେମାନନ୍ଦ ନାୟକ
ରଘୁନନ୍ଦନ ଦାସ
ପଦ୍ମିନୀ ଦିଆନ
ତୁଷାରକାନ୍ତି ବେହେରା
ଜଗନ୍ନାଥ ସାରକା

Comments are closed.