Odisha Link
Bridging the Missing Links in Odisha

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ନବୀନଙ୍କ ସହ ୨୦ ଜଣଜଣିଆ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ନେଇଛନ୍ତି। ୧୧ ଜଣ କ୍ୟାବିନେଟ୍‌ ପାହ୍ୟା ପାଇଥିବା ବେଳେ ୯ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ହୋଇଛନ୍ତି। ମନ୍ତ୍ରିମଣ୍ଡଳରେ ଏଥର ୧୦ ନୂଆମୁହଁ ଦେଖିବାକୁ ମିଳିଛି।

ନୂଆ ମନ୍ତ୍ରିମଣ୍ଡଳ ତାଲିକା

ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ

କ୍ୟାବିନେଟ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବିକ୍ରମ କେଶରୀ ଆରୁଖ
ପ୍ରଫୁଲ୍ଲ କୁମାର ମଲ୍ଲିକ
ନିରଂଜନ ପୂଜାରୀ
ପଦ୍ମନାଭ ବେହେରା
ପ୍ରତାପ ଜେନା
ଅରୁଣ କୁମାର ସାହୁ
ସୁଦାମ ମାର୍ଣ୍ଡି
ସୁଶାନ୍ତ ସିଂହ
ନବକିଶୋର ଦାସ
ଟୁକୁନି ସାହୁ

ରାଷ୍ଟ୍ର ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା
ସମିର ରଂଜନ ଦାଶ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଦିବ୍ୟଶଂକର ମିଶ୍ର
ପ୍ରେମାନନ୍ଦ ନାୟକ
ରଘୁନନ୍ଦନ ଦାସ
ପଦ୍ମିନୀ ଦିଆନ
ତୁଷାରକାନ୍ତି ବେହେରା
ଜଗନ୍ନାଥ ସାରକା

Comments are closed.