Odisha Link
Bridging the Missing Links in Odisha

ଶରଦ ପାଓ୍ବାର ହାେଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ଆଲୋଚନା ପରେ କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରି ଏନ୍‌ସିପି-କଂଗ୍ରେସ ସମ୍ମିଶ୍ରଣ ପାଇଁ ରାଜି ହୋଇଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କଂଗ୍ରେସର ଆସନ୍ତା କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଶରଦ ପାଓ୍ଵାର କଂଗ୍ରେସର ନୂତନ ଅଧ୍ୟକ୍ଷ ଘୋଷିତ ହେବା ପ୍ରାୟ ନିଶ୍ଚିତ ହୋଇ ଯାଇଛି!

ରିପୋର୍ଟ ଅନୁଯାୟୀ, ସଦ୍ୟସମାପ୍ତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ପରେ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର ଅବ୍ୟବହିତ ପୂର୍ବରୁ ଆଜି ଅପରାହ୍ଣରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ମୁଖ୍ୟ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ପାଓ୍ଵାରଙ୍କ ସହ ଆଲୋଚନା କାଳରେ ରାହୁଲ ଏନ୍‌ସିପିର ମିଶ୍ରଣ କଂଗ୍ରେସ ସହ ଘଟାଇ କଂଗ୍ରେସର ଅଧ୍ୟକ୍ଷ ଭାର ତୁଲାଇବାକୁ ପାଓ୍ଵାରଙ୍କୁ ଅନୁରୋଧ କରିଥିବା ନେଇ ଜାତୀୟ ସ୍ତରର ଏକ ନ୍ୟୁଜ୍‌ ପୋର୍ଟାଲରେ ଖବର ପ୍ରସାରିତ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Comments are closed.