Odisha Link
Bridging the Missing Links in Odisha

ଦିଲ୍ଲୀରେ ଜଗନ୍ନାଥ ଦର୍ଶନ କଲେ ଧର୍ମେନ୍ଦ୍ର, ପ୍ରତାପ ଓ ଅପରାଜିତା

ନୂଆଦିଲ୍ଲୀ: ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଦୁଇ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ। ଗୁରୁବାର କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ ଧର୍ମେନ୍ଦ୍ର ଓ ପ୍ରତାପ। ସେମାନଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ରଙ୍କ ପତ୍ନୀ ମଧ୍ୟ ଯାଇଥିଲେ।

ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଦୁଇ ମନ୍ତ୍ରୀ କେଉଁ ବିଭାଗ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ଭେଟିଥିଲେ ଉଭୟ ଧର୍ମେନ୍ଦ୍ର ଓ ପ୍ରତାପ। ଜୁଏଲଙ୍କୁ ମିଠା ଖୁଆଇବା ସହ, ଜୁଏଲ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଟ୍ୱିଟରରେ ଲେଖିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦୁହିଁଙ୍କୁ ଅଭିନନ୍ଦନ। ଓଡ଼ିଶାର ସ୍ୱରକୁ କେନ୍ଦ୍ର ପାଖରେ ପହଞ୍ଚାଇବାକୁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.