Odisha Link
Bridging the Missing Links in Odisha

ପୁଣି ତୈଳମନ୍ତ୍ରୀ ଧର୍ମେନ୍ଦ୍ର, ପ୍ରତାପଙ୍କୁ ଗୋ ଓ ମତ୍ସ୍ୟସମ୍ପଦ, ପଢ଼ନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହାେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଓଡ଼ିଅ‍ାଙ୍କ ସମେତ ୨୪ ଜଣ କ୍ୟାବିନେଟ୍‌ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ସ୍ଥାନ ପାଇଛନ୍ତି।

ଆଜି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁପୁଣି ଥରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସାଙ୍ଗକୁ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ନୂଆ କରି ଓଡ଼ିଶାରୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଓ ପ୍ରାଣୀ, ଗୋ ଓ ମତ୍ସ୍ୟସମ୍ପଦ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି।

ପଢ଼ନ୍ତୁ ପୂରା ମନ୍ତ୍ରୀ ତାଲିକା

କ୍ୟାବିନେଟ ମନ୍ତ୍ରୀ
ଅମିତ ଶାହ: ଗୃହ ମନ୍ତ୍ରୀ
ରାଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରୀ
ନିର୍ମଳା ସୀତାରମଣ: ଅର୍ଥମନ୍ତ୍ରୀ
ଏସ୍‌ ଜୟଶଙ୍କର: ବୈଦେଶିକ ବ୍ୟାପାର ମନ୍ତ୍ରୀ
ନୀତୀନ ଗଡ଼କରୀ: ସଡ଼କ ପରିବହନ, ରାଜପଥ
ଡିଭି ସଦାନନ୍ଦ ଗୌଡ଼ା: ସାର ଓ ରସାୟନ ମନ୍ତ୍ରୀ
ରାମବିଳାସ ପାଶ୍ୱାନ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ନରେନ୍ଦ୍ର ସିଂ ତୋମାର: କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ
ରବି ଶଙ୍କର ପ୍ରସାଦ: ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ
ହର୍ସିମିରତ କୌର ବାଦଲ: ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଥାୱରଚନ୍ଦ ଗେହଲଟ: ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ରମେଶ ପୋଖରି‌ଆଲ ନିଶଙ୍କ: ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଅର୍ଜୁନ ମୁଣ୍ଡା: ଆଦିବାସୀ ବ୍ୟାପାର ମନ୍ତ୍ରୀ
ସ୍ମୃତି ଇରାନୀ: ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରୀ
ଡ. ହର୍ଷବର୍ଦ୍ଧନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରୀ
ପୀୟୂଷ ଗୋଏଲ: ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମୁକ୍ତାର ଆବାସ ନକଭି: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ: ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ
ମହେନ୍ଦ୍ର ନାଥ ପାଣ୍ଡେ:  ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ
ଅରବିନ୍ଦ ସାୱନ୍ତ: ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ
ଗିରିରାଜ ସିଂହ: ପ୍ରାଣୀ ସଂପଦ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ: ଜଳ ଶକ୍ତି ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
ସନ୍ତୋଷ ଗଙ୍ଗୱାର: ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
ରାଓ ଇନ୍ଦ୍ରଜିତ ସିଂହ: ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଯୋଜନା ମନ୍ତ୍ରୀ
ଶ୍ରୀପଦ  ନାଏକ: ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ
ଜିତେନ୍ଦ୍ର ସିଂହ: PMO, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ
କିରନ ରିଜିଜୁ: ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହଲ୍ଲାଦ ସିଂ ପଟେଲ: ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ
ରାଜକୁମାର ସିଂହ: ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ମନ୍ତ୍ରୀ
ହରଦୀପ ସିଂ ପୁରୀ: ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ
ହରଦୀପ ସିଂହ ପୁରୀ:  ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମନସୁଖଲାଲ ମାଣ୍ଡଭିୟ: ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ
ଫଗନ ସିଂ କୁଲସ୍ତେ: ଇସ୍ପାତ ମନ୍ତ୍ରୀ
ଅଶ୍ୱିନୀ କୁମାର ଚୌବେ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅର୍ଜୁନ ରାମ ମେଘୱାଲ: ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ
ଜେନେରାଲ ଭିକେ ସିଂହ: ପରିବହନ ଓ ରାଜପଥ ମନ୍ତ୍ରୀ
କ୍ରୀଷ୍ଣନପାଲ୍ ଗୁର୍ଜର: ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଦାନଭେ ରାଓସାହେବ ଦାଦାରାଓ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଜି. କିଶନ ରେଡ୍ଡୀ: ଗୃହ ମନ୍ତ୍ରୀ
ପୁରୁଷୋତ୍ତମ ରୁପାଲା: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ରାମଦାସ ଆଠୱାଲେ: ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ସାଧ୍ୱୀ ନିରଞ୍ଜନ ଜ୍ୟୋତି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାବୁଲ ସୁପ୍ରିଓ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ସଂଜୀବ ବାଲିଆନ: ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ
ଧୋତ୍ରେ ସଂଜୟ ସାମରାଓ: ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ
ଅନୁରାଗ ଠାକୁର:  ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ
ସୁରେଶ ଅଙ୍ଗାଡ଼ି: ରେଳ ମନ୍ତ୍ରୀ
ନିତ୍ୟାନନ୍ଦ ରାୟ: ଗୃହ ମନ୍ତ୍ରୀ
ରତନ ଲାଲ କାଟାରିଆ: ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଭି. ମୁରଲୀଧରନ: ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ
ରେଣୁକା ସିଂହ ସାରୁତା: ଆଦିବାସୀ ବ୍ୟାପାର ମନ୍ତ୍ରୀ
ସୋମ ପ୍ରକାଶ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ରାମେଶ୍ୱର ତେଲି ହେଲେ: ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ପ୍ରତାପ ଷଡ଼ଙ୍ଗୀ: MSME, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ
କୈଳାସ ଚୌଧୁରୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ଦେବଶ୍ରୀ ଚୌଧୁରୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Comments are closed.