Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉପବାଚସ୍ପତି ପଦ ପାଇଁ ଶ୍ରୀ ସିଂଙ୍କ ନାମ ପ୍ରସ୍ତାବିତ କରିଛନ୍ତି । ମିଳିକଥିବା ସୂଚନା ଅନୁଯାୟୀ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସକୁ ଯଥେଷ୍ଟ ଆସନ ବିଧାନସଭାରେ ନମିଳିଥିବାରୁ ଶ୍ରୀ ସିଂ ଏକ ପ୍ରକାର ଉପବାଚସ୍ପତି ହେବା ସୁନିଶ୍ଚିତ ହୋଇଯାଇଛି। ସୂଚନାଯୋଗ୍ୟ, ବିଜେଡି ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ହୋଇଥିବା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି।

Comments are closed.