Odisha Link
Bridging the Missing Links in Odisha

ଜୀବନ ପ୍ରତି ବିପଦ ଅଛି କହିଲେ ଜେଇଙ୍କ ପତ୍ନୀ

ଭୁବନେଶ୍ୱର : ପାଟଣାଗଡ଼ ଜେଇଙ୍କୁ ବିଧାୟକ ବସଉଠ ଘଟଣାରେ ସମ୍ପୃକ୍ତ ଜେଇଙ୍କ ପତ୍ନୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଓ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି । ଜୁନ୍ ୬ ତାରିଖରୁ ବିଧାୟକ ସରୋଜ ମେହେରଙ୍କ ନାମରେ ଏତଲା ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ କହିଛନ୍ତି ।

ମିଳିଥିବା ସୂଚନା ଅନୁଶାରେ, ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବାରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସଂପୃକ୍ତ ପୂତର୍ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବସଉଠ କରାଇଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କିଛି ଲୋକ ବିଧାୟକଙ୍କ କାର୍ଯ୍ୟକୁ ନିନ୍ଦା କରିଥିବାବେଳେ ଅନ୍ୟ କିଛି ଲୋକ ପ୍ରଶଂସା କରିଥିଲେ । ତେବେ ପରେ ବିଧାୟକ ଶ୍ରୀ ମେହେର ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ । ଅନ୍ୟ ପଟେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କ ପତ୍ନୀ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ।

Comments are closed.