Odisha Link
Bridging the Missing Links in Odisha

ବିଜେପୁର ବାସୀଙ୍କୁ ଦେଇଥିବା କଥା ରଖିଲେ ନବୀନ: ବରଗଡ଼କୁ ୩ଟି ନୂଆ ରାଜସ୍ବ ସର୍କଲ

ଭୁବନେଶ୍ବର: ବିଜେପୁର ବାସୀଙ୍କୁ କଥା ଦେଇ କଥା ରଖିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବରଗଡ଼ରେ ୩ଟି ନୂଆ ଆରଆଇ ସର୍କଳ ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଘୋଷଣା କରିଥିବା ପ୍ୟାକେଜର ଏହା ଏକ ଅଂଶବିଶେଷ। ତାଲପାଲି, ଗୁଦେରପାଲି ଓ ଡାଙ୍ଗବାହାଲରେ ନୂତନ ଆରଆଇ ସର୍କଲ ହୋଇଛି । ୩ଟି ସର୍କଲର ମୁଖ୍ୟାଳୟ ସେହି ସ୍ଥାନରେ ରହିବ । ଗାଇସିଲଟ ଆରଆଇ ସର୍କଲ ପୁର୍ନଗଠିତ ହେବାସହ ଆରଆଇ ମୁଖ୍ୟାଳୟ ଗାଇସିଲଟରେ ହିଁ ରହିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ପ୍ୟାକେଜର ପ୍ରତିଶୃତି କାର୍ଯ୍ୟକାରୀ ହୋଇଛି ।

Comments are closed.