Odisha Link
Bridging the Missing Links in Odisha

ପୁଣି ଅନୁସନ୍ଧାନ କରିବ ବିଜେପି

ଭୁବନେଶ୍ୱର:ସରିଯାଇଛି ୨୦୧୯ ନିର୍ବାଚନ । ତେବେ ଚଳିତ ନିର୍ବାଚନ ହାୱା ଅନୁଯାୟୀ ବିଜୟ ସୁନିଶ୍ଚିତ ବୋଲି ଭାବି ବିଜେପି ଉତ୍ସାହିତ ହୋଇପଡ଼ିଥିବାବେଳେ ଫଳ କିନ୍ତୁ ଓଲଟା ହେଲୋ । ରାଜ୍ୟର ଶାସନ ଗାଦି ବିଜେଡି ହାତକୁ ଚାଲିଗଲା । ତେବେ କ’ଣ ପାଇଁ ଓଡ଼ିଶାରେ ବିଜେପିର ପରାଜୟ ହେଲା ସେ ନେଇ ତର୍ଜମା ଆରମ୍ଭ ହୋଇଯାଇଛି ।

ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ପରାଜୟର କାରଣ ଖୋଜା ବୈଠକ । କୋର କମିଟି ପରେ ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।
ତେବେ ଆସନ୍ତା ୧୬ ଓ ୧୭ରେ ପୁଣି ଦଳ ପକ୍ଷରୁ ପରାଜୟର ସମୀକ୍ଷା କରାଯିବ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ । ଏହି ଦୁଇ ଦିନ ନିର୍ବାଚନମଣ୍ଡଳୀରେ ପରାଜୟ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଦଳୀୟ ସାଂସଦ, ବିଧାୟକ ଓ ପରାଜିତ ପ୍ରାର୍ଥୀଙ୍କୁ ନେଇ ସମୀକ୍ଷା କରାଯିବ ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।

Comments are closed.