Odisha Link
Bridging the Missing Links in Odisha

ଆଗାମୀ ରଜରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର

ଭୁବନେଶ୍ବର :  ୨୦୧୯ ମସିହାରେ ମଇ ୧୫ ତାରିଖ ସୁଦ୍ଧା ୧୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଥିବା ବେଳେ ଆଗକୁ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକ ସମ୍ପର୍କରେ…

ଅଭିମାନ

ସିଦ୍ଧାର୍ଥ ଟିଭି ଏବଂ ସିଦ୍ଧାର୍ଥ ମୁ୍ୟଜିକର ୨୬ତମ ଚିତ୍ର ‘ଅଭିମାନ’ର ସୁଟିଂ ଚାଲିଛି । ନାମକରଣରୁ ଏହା ଏକ କ୍ଲାସିକ ଲଭ ଷ୍ଟୋରୀ ଜଣାଯାଏ । ଏହି ଚିତ୍ରର ନିର୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ-ବିକାଶ ଦାଶ, ସଂଳାପ-ଡା.ନିର୍ମଳ ନାୟକ, ଗୀତ-ଅରୁଣ ମନ୍ତ୍ରୀ, ଡା.ନିମଳ ନାୟକ, ବିଜୟ ମଲ୍ଲ, ସମ୍ପାଦନା ଏବଂ ସହ ନିର୍ଦେଶକ : ରାଜେଶ ଦାଶ । ବିଭିନ୍ନ ଭୂମିକାରେ ସବ୍ୟସାଚୀ, ଅର୍ଚ୍ଚିତା, ପ୍ରଦୁ୍ୟମ୍ନ ଲେଙ୍କା, ନମ୍ରତା ଦାସ, ପ୍ରଜ୍ଞା, ରବି ମିଶ୍ର, ଛନ୍ଦିତା ପ୍ରମୁଖ । ଚିତ୍ରଟି ଆଗାମୀ ରଥଯାତ୍ରା ଅବସରରେ ମୁକ୍ତିଲାଭ କରିବାର ଯୋଜନା ରଖିଛନ୍ତି ପ୍ରୟୋଜନା ସଂସ୍ଥା ।

ମାଲ୍ ବହୁ ଜୀବନ ମାଟି

ହାସ୍ୟରସାତ୍ମକ ଲୋକପି୍ରୟ ଦୂରଦର୍ଶନ ଧାରାବାହିକ ‘ତୋଷ ନୋହିଲା ମୋର ଚିତ’ରେ ଦେଖିଥିବା ବିଷ୍ଣୁ ସାହୁ ଉପସ୍ଥାପନା: ରଞ୍ଜିତା ଚୌଧୁରୀ ଓ ବନସ୍ମିତା ରାଉତରାୟ ବରା ଦୋକାନରୁ ଆରମ୍ଭ ହେଉଛି ‘ମାଲ ମହୁ ଜୀବନ ମାଟି’ ଚିତ୍ରର କାହାଣୀ । ବିଷ୍ଣୁ ସାହୁଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି ସବ୍ୟସାଚୀ ଓ ତାଙ୍କ ସାଙ୍ଗରେ ନାୟିକା ସାଜିଛନ୍ତି ଏଲିନା । ପ୍ରଯୋଜକ -ନବୀନ ଭଣ୍ଡାରୀ ଓ କବିତା ପାତ୍ର, ନିର୍ଦେଶନା-ରମେଶ ରାଉତ, ସଙ୍ଗୀତ – ଅଭିଜିତ୍ ମଜୁମଦାର ।

ତୁ ମୋ ଲଭ୍ ଷ୍ଟୋରୀ-୨

କୁହୁ ପ୍ରଡକ୍ସନ ବ୍ୟାନରରେ ଆଗାମୀ ରଜ ବଜାରରେ ମୁକ୍ତିଲାଭ କରିବାକୁ ଥିବା ଚିତ୍ର ‘ତୁ ମୋ ଲଭ୍ ଷ୍ଟୋରୀ-୨’ର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ଚାଲିଛି । ଚିତ୍ରଟିର ଗୀତ ଏବଂ କିଛି ଡ୍ରାମା ସିନ୍ ଆଣ୍ଡାମାନ ଦୀପରେ ସୁଟିଂ ହୋଇଛି । ପ୍ରଯୋଜକ-ଶୁଭେନ୍ଦୁ କୁମାର ସାହୁ, ନିଦେ୍ର୍ଧଶନା-ତାପସ ସରଘରିଆ, କ୍ୟାମେରା- ରବୀନ୍ଦ୍ର ବେହେରା, ସଙ୍ଗୀତ- ପ୍ରେମଆନନ୍ଦ, ଗୀତ-ବସନ୍ତରାଜ ସାମଲ, କଣ୍ଠ-ହୁ୍ୟମାନ ସାଗର, ଦୀପ୍ତିରେଖା ପାଢ଼ୀ, ସବିଶେଷ ଆଶୁତୋଷ, ଲୋପାମୁଦ୍ରା, ନୃତ୍ୟ-ଗିରୀଶ ମହାନ୍ତି, ପୋଷାକ-ନିର୍ମଳ ଦାଶ, ମେକଅପ୍-ସମରେଶ ପାଲ, କଳା-ସୁରେନ୍ଦ୍ର ସେଠୀ, ପ୍ରଡକସନ ଡିଜାଇନର-କାବୁଲି । ବିଭିନ୍ନ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅନୁଚୌଧୁରୀ, ସ୍ୱରାଜ, ଭୂମିକା, ଶୁଭାଶିଷ (ମଂଟୁ), ଚୌଧୁରୀ ବିକାଶ ଦାସ, ପାର୍ଥ ପ୍ରମୁଖ ଅଛନ୍ତି ।

Comments are closed.