Odisha Link
Bridging the Missing Links in Odisha

ରଥଯାତ୍ରା ସମୟରେ ପୁରୀକୁ ଗଡିବ ଅଧିକ ୨୦୦ ବସ୍

ପୁରୀ: ଆସନ୍ତା ଜୁଲାଇ ୪ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆରମ୍ଭ ହେବ। ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପ୍ରଶାସନ। ରଥଯାତ୍ରା ସମୟରେ ରାଜ୍ୟର କୋଣ ଅନୁକୋଣ ସମେତ ବହାର ରାଜ୍ୟରୁ ଅଧିକ ପର୍ଯ୍ୟଟକ,ଶ୍ରଦ୍ଧାଳୁ ସମାଗମ ହୋଇଥିାନ୍ତି। ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ନିମନ୍ତେ ରଥଯାତ୍ରା ବେଳେ ପୁରୀକୁ ବସ୍ ସେବା ନେଇ ଏକ ବୈଠକ ଡକାଇଛନ୍ତି ରାଡିସି। ପୁରୀ ସହରକୁ ଆଉ ୧୫୦ରୁ ୨୦୦ ବସ୍ ସେବା ଓ ଭଡା ଅପରିବର୍ତ୍ତି ରଖିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ୪ଟି ପ୍ରମୁଖ ବସଷ୍ଟାଣ୍ଡରେ ଲାଗିବ ବସ୍‌ ଏବଂ ବସଭଡାର ତାଲିକା  ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ପ୍ରମୁଖ ୪ଟି ବସଷ୍ଟାଣ୍ଡ ଗୁଡିକ ହେଲା ବାଦାମବାଡି, ବରମୁଣ୍ଡା, ମାଳତି ପାଟପୁର ଓ ତାଳବଣିଆ। ଏହା ସହ ବସଷ୍ଟାଣ୍ଡରେ ଭିଡ କମାଇବାକୁ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ୮ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ଆରଡିସି ଅନିଲ ସାମଲ । ତେବେ ରଥଯାତ୍ରା ସମୟରେ ଏପରି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲିି ସୂଚନା ମିଳିଛି।

Comments are closed.