Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଅଞ୍ଚଳରେ ପୁଣିଥରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଜମ୍ମୁ-କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ପୂର୍ବରୁ ସୁରକ୍ଷାକର୍ମୀଙ୍କ ନଜରରେ ଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ସୂଚନା ମୁତାବକ ଦୁଇ ଆତଙ୍କବାଦୀ ‘ଅନସାର ଗଜଓ୍ବାତୁଲ ହିନ୍ଦ ସଙ୍ଗଠନରେ ସମ୍ପୃକ୍ତ ଥିଲେ। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯୋରଦାର ସର୍ଚ୍ଚ ଅପରସେନ କରାଯାଉଥିବା ସୂଚନା ମିଳିଛି। ୬ ଜୁନ୍‌ ମଧ୍ୟରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ କହିଛି ଏବେ ସୁଦ୍ଧା ସୁରକ୍ଷାକର୍ମୀ ୧୦୬ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।

Comments are closed.