Odisha Link
Bridging the Missing Links in Odisha

ମୁଣ୍ଡ ନେଇ ପଳାଇଲେ ଦୁର୍ବୃତ୍ତ

ସମ୍ୱଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହୋଇଯାଇଛନ୍ତି। ପରିବାର ଲୋକେ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି, ହତ୍ୟାକାରୀଙ୍କ ସୁରାଗ ପାଇ ପାରିନି। ମୃତକଙ୍କ ନାଁ ସତ୍ୟନାରାୟଣ ମୁଣ୍ଡା।
ମିଳିଥିବା ସୂଚନାଅନୁସାରେ, ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ହେଲେ ଆଜି ଭୋରୁ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.