Odisha Link
Bridging the Missing Links in Odisha

ନେପାଳରେ ଦୁଇ ଓଡ଼ିଆଙ୍କର ମୃତ୍ୟୁ

ଗୋରଖପୁର : ନେପାଳକୁ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କର ଏକ ବସ ଦୁର୍ଘଟଣାର ଶିକାର ହୋଇଛି | ଏଥିରେ ଦୁଇଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି | ମୃତକ ଦୁଇଜଣ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ(୫୪) ଓ ଜଟଣୀର ବିଜୟ ଜେନା(୫୨) ହୋଇଥିବା ସୂଚନା ମିଳିଛି | ଏହି ଦୁର୍ଘଟଣାରେ ଆହୁରି ୫ ରୁ ୬ ଜଣ ଓଡ଼ିଆ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ରୋଟହଟ ଜିଲ୍ଲାର ଚନ୍ଦ୍ରନିଗାହପୁରରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା | ପର୍ଯ୍ୟଟକଙ୍କ ବସ | ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

Comments are closed.