Odisha Link
Bridging the Missing Links in Odisha

ପାକିସ୍ତାନ ଆକାଶରେ ଉଡ଼ିବ ନମୋଙ୍କ ବିମାନ

ଇସଲାମାବାଦ: ପାକିସ୍ତାନ ଆକଶମାର୍ଗରେ ଉଡ଼ିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିସକେକରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ)। ଏହି ବୈଠକରେ ଭାରତ ପକ୍ଷରୁ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଧ୍ୟ ଏହି ବୈଠକରେ ଯୋଗଦେବେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ସାକ୍ଷାତ ହେବ ନାହିଁ ବେଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଆକଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା ପାକିସ୍ତାନ। ମୋଟ ୧୧ଟି ରାସ୍ତାରୁ ଏବେ ମାତ୍ର ଦୁଇଟି ରାସ୍ତା ଖୋଲିଛି ପାକିସ୍ତାନ। ତେଣୁ ବିସକେକ୍ ଯିବା ପାଇଁ ଦକ୍ଷିଣ ପାକିସ୍ତାନ ଆକାଶମାର୍ଗ ଗୋଟିଏ ରାସ୍ତା ଖୋଲା ରହିଛି ଭାରତ ପାଇଁ।ପୂର୍ବରୁ ମେ ମାସରେ ମଧ୍ୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏସସିଓର ଏକ ବୈଠକକୁ ଯାଇଥିଲେ। ସେତେବେଳେ ମଧ୍ୟ ପାକିସ୍ତାନ ସରକାର ସୁଷମାଙ୍କ ପାଇଁ ଆକଶ ମାର୍ଗ ଖୋଲିଥିଲେ। ତେବେ ଆବଶ୍ୟକ କିଛି ସରକାରୀ ନିଷ୍ପତ୍ତି ପରେ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ସୂଚନା ଦେବେ ବୋଲି ଜଣାପଡ଼ିଛି। ଏଥିସହ ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦିଆଯିବ ବୋଲି ପାକିସ୍ତାନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଏହି ସହଯୋଗ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସକରାତ୍ମକ ଆଲୋଚନା ପାଇଁ ଅନୁକୂଳ ହେବ ବୋଲି ପାକିସ୍ତାନ ଆଶା ରଖିଛି। କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିଠି ଲେଖି ଦୁଇ ଦେଶ ମଧ୍ୟରେ କାଶ୍ମୀର ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତ ତାର ମତ ଦେଇ ନାହିଁ।

Comments are closed.