Odisha Link
Bridging the Missing Links in Odisha

ରାଜନୈତିକ ବାହାବା ନେବା ବନ୍ଦ କରନ୍ତୁ

ଭୁବନେଶ୍ୱର : ରାଜ୍ୟ ସରକାର ରାଜନୈତିକ ବାହାବା ନେବା ବନ୍ଦ କରନ୍ତୁ । କେନ୍ଦ୍ର ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଓଡ଼ିଶାକୁ ଫୋକସ ଷ୍ଟେଟ’ ଦାବି ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ଶାସକ ଦଳ ଡ୍ରାମା କଲେ । ଏବେ ‘ ଫୋକସ ଷ୍ଟେଟ’ ନାମରେ ପୁଣି ୫ ବର୍ଷ ଡ୍ରାମା କରିବେ । ଫୋନି ବାହାନାରେ ରାଜ୍ୟସରକାର ରାଜନୈତିକ ବାହାବା ନେବା ବନ୍ଦ କରନ୍ତୁ । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଠିକଭାବେ ଲାଗୁ କରନ୍ତୁ । କେନ୍ଦ୍ରୀୟ ଯୋଜନା ଲାଗୁରେ ଫେଲ ମାରିଲେ ଆମେ ପ୍ରଶ୍ନ କରିବୁ । ନିର୍ବାଚନ ସରିଲାଣି, ରାଜ୍ୟର ବିକାଶକୁ ଆଗେଇ ନେବାକୁ ରାଜ୍ୟ ସରକାର ଆଗଭର ହୁଅନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ପ୍ରକାଶ ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ଫନି ସହାୟତା ପାଇଁ ଆଉ ୫୨୨୮ କୋଟି ଟଙ୍କା ପ୍ରଦାନ କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆଉ ୫ଲକ୍ଷ ପକ୍କା ଘର ସ୍ୱତନ୍ତ୍ର ଭାବେ ଦେବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ ଆଲୋଚନା କାଳରେ ନବୀନ ଏହି ଦାବି ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରି ଆଲୋଚନା କରିଛନ୍ତି ।

Comments are closed.