Odisha Link
Bridging the Missing Links in Odisha

କେଉଁ ଖେଳାଳୀକୁ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ରହିବାକୁ କହିଲା ବିସିସିଆଇ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବାମହାତୀ ଅପନର ଶିଖର ଧାଓ୍ବନ ଆହତ ହୋଇ ୩ ସପ୍ତାହ ଟିମରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନ କିଏ ନେବ ସେଥିପାଇଁ ପାଇଁ ଚର୍ଚ୍ଚା ହେଉଥିଲା। ଯୁବ ଖେଳାଳୀ ସ୍ରେୟସ ଆୟାର ଏବଂ ଋଷିଭ ପନ୍ଥଙ୍କ ନାଁ ଜୋର ଚର୍ଚ୍ଚା ହେଉଥିଲା। ବିଶେଷ ସୁତ୍ରରୁ ପ୍ରକାଶ ଯେ, ଏବେ ଇଂଲଣ୍ଡ ଫ୍ଲାଇଟ ଧରିବା ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଜଣେ ଖେଳାଳୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସେହି ଖେଳାଳୀ ଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଯୁବ କ୍ରିକେଟର ଋଷଭ ପନ୍ଥ । ଯଦିଓ ବିସିସିଆଇ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିନାହିଁ, ମାତ୍ର ଏଥିପାଇଁ ପ୍ରସ୍ତୁତ ରହିବାକୁ ଋଷଭଙ୍କୁ ବିସିସିଆଇ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଏବେ ଶିଖର ବିସିସିଆଇର ମେଡିକାଲ ଟିମ ନଜରରେ ରହିବେ ଏବଂ ତାଙ୍କୁ ଭଲ ହେବା ପାଇଁ ଦୁଇରୁ ତିନି ସପ୍ତାହ ଲାଗିବ । ସଂପୂର୍ଣ୍ଣ ରୂପେ ଭଲ ହେବା ପରେ ଖେଳିବା ପାଇଁ ସେ ଯୋଗ୍ୟ ହେବେ ବୋଲି ବୋର୍ଡ କହିଛି । ଏହାସହ ଶିଖର ଭାରତୀୟ ଟିମ୍‌ ସହ ରହିବେ ବୋଲି ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ କ୍ରିକେଟ ବିଶ୍ୱକପ୍ ପାଇଁ ଯେତେବେଳେ ଚୟନକର୍ତ୍ତା ଦଳ ବାଛିଥିଲେ, ସେହି ସମୟରେ ଋଷଭଙ୍କୁ ଏଡାଇ ଦିଆଯାଇଥିଲା ଓ ଦିନେଶ କାର୍ତ୍ତିକଙ୍କୁ ଚୟନକର୍ତ୍ତା ଚୟନ କରିଥିଲେ । ମାତ୍ର ଏବେ ବୋର୍ଡ, ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପନ୍ଥଙ୍କୁ କହିଛନ୍ତି । ତେବେ ଶିଖରଙ୍କ ଉପରେ ଅନ୍ତିମ ନିଷ୍ପତ୍ତି ହେବା ପରେ ୨୧ ବର୍ଷୀୟ ଋଷଭଙ୍କୁ ମୌକା ମିଳିପାରେ ବୋଲି ସୂଚନା ରହିଛି।

Comments are closed.