ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ

ବଲାଙ୍ଗୀର: ସୁରଟର ତକ୍ଷଶୀଳା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ପରେ ଓଡ଼ିଶା ସରକାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ଯାଞ୍ଚ କରିବା ପାଇଁ ଓଡ଼ିଶାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିଥିଲା। ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ କୋଚିଂ ସେଣ୍ଟରରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ଅଗ୍ନିଶମ ବିଭାଗର ୧୦ଟି ଟିମ । ଏବେ ରାଜ୍ୟର ସମସ୍ତ କୋଚିଂ ସେଣ୍ଟରରେ ଏହି ଯାଞ୍ଚ ଆରମ୍ଭ ହୋଇଛି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହା କରିବା ପାଇଁ ନିର୍ଦ୍ଦେଶ ରହିଛି । ଅଗ୍ନିଶମ ବିଭାଗ ଡିଆଇଜି ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ଏହାସହ କୋରାପୁଟ, ଜୟପୁର ସମେତ ଅନେକ ସ୍ଥାନରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।
Comments are closed.