ଲଣ୍ଡନରେ ‘ଭାରତ’ ମୁଭି ଦେଖିଲା ଭାରତୀୟ କ୍ରିକେଟ ଦଳ, ଏ ନେଇ ଭାଇଜାନ କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ବିଶ୍ବକପରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ମଣ ଜିଣୁଛି ଭାରତୀୟ କ୍ରିକେଟ ଦଳ। ଏପଟେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍ରେ ହିଟ୍ ସାବ୍ୟସ୍ତ ହୋଇଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ ବ୍ୟସ୍ତ ସିଡ୍ୟୁଲ୍ ମଧ୍ୟରୁ କିଛି ସମୟ ବାହାର କରି ଦଳର ସଦସ୍ୟମାନେ ‘ଭାରତ’ ଫିଲ୍ମ ଦେଖିବାକୁ ଯାଇଥିଲେ। ଏନେଇ କେଦାର ଯାଦବ ଏକ ଫଟୋ ସୋଶିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି। ଫଟୋର କ୍ୟାପ୍ସନ୍ରେ କେଦାର ଲେଖିଛନ୍ତି, ‘ଭାରତ ଫିଲ୍ମ ଦେଖି ସାରିବେ ପରେ ଭାରତର ଟିମ୍।’ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ, କେ.ଏଲ୍ ରାହୁଲ ଓ ମହେନ୍ଦ୍ର ସିଂହ ଧୋନୀ ପ୍ରମୁଖ ଦେଖିବାକୁ ମଳିଛନ୍ତି।
BHARAT KI TEAM ❤️ BHARAT MOVIE KE BAAD 🎬 @hardikpandya7 @msdhoni @klrahul11 @SDhawan25 @atulreellife @BeingSalmanKhan @aliabbaszafar @nikhilnamit @Bharat_TheFilm pic.twitter.com/zv4jgtSkhK
— IamKedar (@JadhavKedar) June 12, 2019
ଟିମ୍ ଇଣ୍ଡିଆର ସଦସ୍ୟମାନେ ‘ଭାରତ’ ଦେଖିବା ପରେ ଖୁସି ଜାହିର କରିଛନ୍ତି ସଲମାନ୍। “ଭାରତ ଫିଲ୍ମକୁ ପସନ୍ଦ କରିଥିବାରୁ ଭାରତୀୟ ଟିମ୍କୁ ଧନ୍ୟବାଦ… ଭାଇମାନେ ଇଂଲଣ୍ଡରେ ଭାରତ ଦେଖିଥିବାରୁ ଧନ୍ୟବାଦ… ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ପାଇଁ ଶୁଭେଚ୍ଛା… ପୂରା ଭାରତ ଆପଣମାନଙ୍କ ସହିତ ଅଛି…” ବୋଲି କେଦାରଙ୍କ ଟ୍ବିଟରେ ରିଟ୍ବିଟ୍ କରି ଲେଖଇଛନ୍ତି ସଲମାନ। ସୂଚନାଯୋଗ୍ୟ, ସଲମାନଙ୍କ ‘ଭାରତ’ ବକ୍ସ ଅଫିସ୍ରେ ୧୬୦ କୋଟି ଆୟ କରି ସାରିଲାଣି। ଅନ୍ୟପକ୍ଷରେ ସାରା ବିଶ୍ୱରେ ଏହା ୨୫୦ କୋଟି ଆୟ କରିସାରିଲାଣି।
Thank you Bharat team for liking Bharat… shukriya bhaiyon for watching #Bharat in England…best wishes for the upcoming matches… pura #Bharat apke sath hai… #BharatJeetega https://t.co/jusDppfvOc
— Salman Khan (@BeingSalmanKhan) June 12, 2019
Comments are closed.